ବ୍ୟୁରୋ : ଅପେକ୍ଷା ଆଉ ମାତ୍ର କିଛି ଦିନକୁ | ଅଗଷ୍ଟ ୧୫ କହିଲେ ସଭିଙ୍କ ମନରେ ଖେଳି ଯାଇ ଥାଏ ଆନନ୍ଦର ଲହରୀ | ଆଉ କିଛି ଦିନ ପରେ ଦେଶ ପାଳିବ ତାର ୭୭ତମ ସ୍ୱାଧୀନତା ଦିବସ , ଭାରତ ଛାତିରେ ଉଡିବ ତ୍ରିରଙ୍ଗା ପତାକା | ସ୍ୱାଧୀନ ଆକାଶରେ ଖେଳିଯିବ ଗୌରବର ଜୟ ଗାନ ଆଉ ଜାତୀୟ ସଂଗୀତରେ ବିଭୋର ହେବ ସାରା ଦେଶ | ଗୀତ ଗାଇଲାବେଳେ ଗର୍ବରେ ଫୁଲି ଉଠିବ ସବୁ ଭାରତୀୟଙ୍କର ଛାତି | ହାତରେ ତ୍ରିରଙ୍ଗା ମନରେ ଦେଶପ୍ରୀତି ନେଇ ସ୍ୱାଧୀନତା ଦିବସ ପାଳନ କରିବା ସାରା ଭାରତ | ସବୁଠି ଖେଳି ଉଠିବ ଦେଶପ୍ରେମର ରଙ୍ଗ ଆଉ ଦେଶ ଭକ୍ତିର ଜୟ ଜୟ କାର | ଓଡ଼ିଶରୁ ଆନ୍ଦ୍ର , ଆସାମ ରୁ ଉତ୍ତର ପ୍ରଦେଶ ଓ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର ହୋଇପଡିବ ପରିବେଶ ଭାରତ ମତା ର ଜୟ ଗାନ କରିବା ସହିତ ଲୋକେ ପତାକା ଧରି ବିହାରିଯିବେ ଘରୁ, ଆଉ ମୁକ୍ତ ବିହଙ୍ଗ ପରି ଖୁସିରେ ଗାଇବେ ଦେଶ ପ୍ରେମର ଗୀତ |ସଖାଳୁ ସଖାଳୁ ଫୁଲ ଓ ଜାତୀୟ ପତାକା ଧରି ପିଲା ବାହାରିଯିବେ ସ୍କୁଲ | ଜାତୀୟ ସଂଗୀତ ସହ ସ୍ଲୋଗାନ ରେ ଫାଟି ପଡିବ ସ୍କୁଲର ପରିସର | ପୂର୍ବ ବର୍ଷ କରୋନା ସଂକ୍ରମଣ ପାଇଁ ସ୍କୁଲ ରୁ ସରକାରୀ ଅଫିସ , କଲେଜ ରୁ କଲେକଟର ଅଫିସ ଏସବୁ ବନ୍ଦ ରହିଥିଲା | କରୋନା ସଂକ୍ରମଣ ପାଇଁ ବହୁତ ନୀତି ନିୟମ ଅନୁଯାଇ ପାଳନ ହୋଇଥିଲା ସ୍ଵାଦିନତା ଦିବସ | ତେବେ ଗୋରା ସାହେବଙ୍କ ସହ ଲଢ଼ି ଯେମିତି ଭାରତ ସ୍ୱାଧୀନ ହୋଇଥିଲା ଠିକ ସେମିତି କରୋନା କୁ ବିତାଡିତ କରିଛି ଭାରତ ସେଇପରି ଚଳିତ ବର୍ଷ ମନରେ ଦେଶ ଭାବ ନେଇ ଖୁବ ଜୋର ସୋରରେ ସ୍ୱାଧୀନତା ଦିବସ ପାଳନ କରିବେ ଦେଶବସି |