ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀର କୁଲଗାମରୁ ଆସିଲା ଅଭାବନୀୟ ଘଟଣା । ସେନା ଯବାନଙ୍କୁ କରାଯାଇଛି ଅପହଣ । ଇଦ୍ ଛୁଟିରେ ଘରକୁ ଆସିଥିବା ବେଳେ ତାଙ୍କୁ ଅପହରଣ କରିନିଆଯାଇଛି । ଯାହାକୁ ନେଇ ପରିବାର ଚିନ୍ତିତ ଥିବା ବେଳେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି କରାଯାଇଛି ।
ସୂଚନା ମୁତାବକ, ଯବାନ ଜଣକ ଇଦ୍ ଛୁଟିରେ ଘରକୁ ଆସିଥିଲେ । ଘରକୁ ଆସିବା ପରେ ସନ୍ଧ୍ୟାରେ ଘର ସାମଗ୍ରୀ କିଣିବାକୁ ବାହାରକୁ ଯାଇଥିବା ବେଳେ ଯବାନଙ୍କୁ ଅପହରଣ କରିନିଆଯାଇଥିବା ଅଭିଯୋଗ ହୋଇଛି । ଖବର ପାଇବା ପରେ ଯବାନଙ୍କୁ ଉଦ୍ଧାର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରିଯାଇଛି ।