18.1 C
Bhubaneswar
Sunday, January 5, 2025
Homeଦେଶ ବିଦେଶଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ବିଶ୍ୱ ରେକର୍ଡ; ୬୨ ଘଣ୍ଟାରେ ୩ ପର୍ବତ ଶୃଙ୍ଗ ଆରୋହରଣ

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ବିଶ୍ୱ ରେକର୍ଡ; ୬୨ ଘଣ୍ଟାରେ ୩ ପର୍ବତ ଶୃଙ୍ଗ ଆରୋହରଣ

ପାଣାଜୀ: ଗୋଆର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ୬୨.୫ ଘଣ୍ଟାରେ ୬ ହଜାର ମିଟର ଉଚ୍ଚତା ବିଶିଷ୍ଟ ତିନିଟି ପର୍ବତ ଶୃଙ୍ଗ ଆରୋହଣ କରି ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ୧୨ ବର୍ଷୀୟା ଗୁଞ୍ଜନ ପଙ୍କଜ ପ୍ରଭୁ ନାର୍ଭେକର ୬୨.୫ ଘଣ୍ଟାରେ ଲଦାଖସ୍ଥିତ ମାର୍ଖା ଭ୍ୟାଲିର ତିନିଟି ଶୃଙ୍ଗ ମାଉଣ୍ଟ୍ କାଙ୍ଗ୍ ୟାତ୍ସେ-୨ (୬୨୫୦ ମିଟର), ମାଉଣ୍ଟ ରେପୋନୀ ମଲ୍ଲାରୀ-୧ (୬୦୯୭ ମିଟର) ଏବଂ ମାଉଣ୍ଟ୍ ରେପୋନୀ ମଲ୍ଲାରୀ-୨ (୬୧୧୩ ମିଟର) ଆରୋହଣ କରିଛନ୍ତି । ଗୁଞ୍ଜନ ଏହି ତିନିଟି ପର୍ବତ ଶୃଙ୍ଗ ଆରୋହଣ ପାଇଁ ୪୯ ଘଣ୍ଟା ସମୟ ନେଇଥିଲେ । ମାତ୍ର ସମସ୍ତ ଶୃଙ୍ଗର ବେସ୍ କ୍ୟାମ୍ପ୍‌ରୁ ଲାଗିଥିବା ସମୟ ମିଶାଇଲେ ତାଙ୍କୁ ୬୨.୫ ଘଣ୍ଟା ସମୟ ଲାଗିଥିଲା । ବିଶ୍ୱର ସମସ୍ତ ଉଚ୍ଚ ଶୃଙ୍ଗ ଆରୋହଣ ପାଇଁ ଇଚ୍ଛୁକ ବୋଲି ଗୁଞ୍ଜନ କହିଛନ୍ତି । ଏଥିପାଇଁ ସେ ବିଦେଶ ଯିବେ । କାରଣ ଭାରତରେ ୧୬ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କୁ ୭ ହଜାର ମିଟର ଉଚ୍ଚ ପର୍ବତା ଶୃଙ୍ଗ ଆରୋହଣ ପାଇଁ ଅନୁମତି ନାହିଁ । ଗୁଞ୍ଜନ ଆହୁରି କହିଛନ୍ତି ସେ ମାଉଣ୍ଟ ଏଭେରେଷ୍ଟ୍ ଏବଂ ଅନ୍ନପୂର୍ଣ୍ଣ ଆରୋହଣ କରିବ ମାତା-ପିତା ଏବଂ ଦେଶର ନାମ ଗୌରବାନ୍ୱିତ କରିବାକୁ ଚାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking