ନୂଆଦିଲ୍ଲୀ : ‘ଗୋ ଫାଷ୍ଟ’ ଏୟାରଲାଇନ୍ସ ୨୭ ଜୁଲାଇ ପର୍ଯ୍ୟନ୍ତ ଏହାର ବିମାନ କାର୍ଯ୍ୟ ବାତିଲ କରିବାକୁ ଘୋଷଣା କରିଛି ।‘ଗୋ ଫାଷ୍ଟ’ ଟୁଉଟ୍ କରି କହିଛି ଯେ, ପରିଚାଳନାଗତ କାରଣରୁ ୨୭ ଜୁଲାଇ ୨୦୨୩ ଯାଏ ନିର୍ଦ୍ଧାରିତ ‘ଗୋ ଫାଷ୍ଟ’ ଉଡାଣ ବାତିଲ ହୋଇଛି । ବିମାନ ବାତିଲ ହେତୁ ଘଟିଥିବା ଅସୁବିଧା ପାଇଁ ଆମେ କ୍ଷମା ମାଗୁଛୁ । ଏୟାରଲାଇନ୍ସ ମଧ୍ୟ ଟୁଇଟ୍ରେ କହିଛନ୍ତି ଯେ, କମ୍ପାନୀ ତୁରନ୍ତ ସମାଧାନ ଏବଂ କାର୍ଯ୍ୟ ଆରମ୍ଭ ପାଇଁ ଏକ ଆବେଦନ କରିଛି । ଆମେ ଶୀଘ୍ର ବୁକିଂ ଆରମ୍ଭ କରିବାକୁ ସମର୍ଥ ହେବୁ । ତୁମର ଧର୍ଯ୍ୟ ପାଇଁ ଆମେ ଆପଣଙ୍କୁ ଧନ୍ୟବାଦ ଦେଉଛୁ ।