ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନିଦିନିଆ ଓଡିଶା ଗସ୍ତ ପୂର୍ବରୁ ଆଜି କାରକେଡ୍ ରିହରସେଲ କରାଯାଇଛି । ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରି ଯାପନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ କଟକ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ଦିନ ତମାମ କଟକରେ ରହି ରାଷ୍ଟ୍ରପତି ୭ଟି କାର୍ୟ୍ୟକ୍ରମରେ ଯୋଗ ଦେବେ ।ସୁୁରକ୍ଷା ଦାୟିତ୍ୱରେ ୧୨ ଏଡିସିପି,୨୫ଏସିପି,୪୦ ଇନ୍ତ୍ରପେକ୍ଟର, ସଂପୂର୍ଣ୍ଣ ସୁରକ୍ଷା ଦାୟିତ୍ୱରେ ୩୬ ପ୍ଲାଟୁନ ଫୋର୍ସ ରହିବେ । ୧୬୦ ଟ୍ରାଫିକ କର୍ମଚାରି,୧୫୦ ହୋମଗାର୍ଡ ମଧ୍ୟ ମୁତୟନ ହେବେ । ପ୍ରେସମିଟରେ ସୂଚନା ଦେଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।