16.1 C
Bhubaneswar
Tuesday, January 7, 2025
Homeଖେଳଚତୁର୍ଥ ଟେଷ୍ଟ: ପଦାର୍ପଣରେ ମୁକେଶ କୁମାରଙ୍କ ୱିକେଟ୍‌; ଭାରତର ୪୩୮ ଜବାବରେ ଇଣ୍ଡିଜ୍ ୧୫୦/୨

ଚତୁର୍ଥ ଟେଷ୍ଟ: ପଦାର୍ପଣରେ ମୁକେଶ କୁମାରଙ୍କ ୱିକେଟ୍‌; ଭାରତର ୪୩୮ ଜବାବରେ ଇଣ୍ଡିଜ୍ ୧୫୦/୨

ତ୍ରିନିଦାଦ: ତ୍ରିନିଦାଦ୍‌ଙ୍କ ପୋର୍ଟ ଅଫ୍ ସ୍ପେନ୍‌ର କ୍ୱିନ୍ସ ପାର୍କ ଷ୍ଟାଡିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ଖେଳାଯାଉଛି । ଭାରତର ପ୍ରଥମ ଇନିଂସ୍ ସ୍କୋର୍ ୪୩୮ ରନ୍ ଜବାବରେ ଶନିବାର ତୃତୀୟ ଦିନ ଦ୍ୱିତୀୟ ସେସନ୍ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ୨ ୱିକେଟ୍ ବିନିମୟରେ ୧୫୦ ରନ୍ କରି ୨୮୮ ରନ୍ ପଛରେ ରହିଛି । ରିପୋର୍ଟ ଲେଖା ହେବା ବେଳକୁ କ୍ୟାପ୍‌ଟେନ୍ କ୍ରେଗ୍ ବ୍ରାଥ୍‌ୱେଟ୍ ଅର୍ଦ୍ଧଶତକ ହାସଲ କରି ୬୮ ରନ୍ ଏବଂ ଜର୍ମେନ୍ ବ୍ଲାକ୍‌ଉଡ୍ ୧୨ ରନ୍‌ରେ ବ୍ୟାଟିଂ କରୁଥିଲେ । ଶୁକ୍ରବାର ଦ୍ୱିତୀୟ ଦିନରେ ବିରାଟ କୋହଲିଙ୍କ ଶତକ (୧୨୧), ଓପ୍ନର୍ ଯଶସ୍ୱୀ ଜୈସ୍ୱାଲ (୫୭), କ୍ୟାପ୍‌ଟେନ୍ ରୋହିତ ଶର୍ମା (୮୦) ରବୀନ୍ଦ୍ର ଜାଡ଼େଜା (୬୧) ଏବଂ ରବିଚନ୍ଦ୍ରନ୍ ଅଶ୍ୱିନ (୫୬)ଙ୍କ ଶତକ ବଳରେ ଭାରତର ପ୍ରଥମ ଇନିଂସ୍ ୪୩୮ ରନ୍‌ରେ ସମାପ୍ତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଇଶାନ୍ କିଶନ୍ ୨୫, ଜୟଦେବ ଉନାଦ୍‌କତ୍ ୭ ରନ୍ କରିଥିବା ବେଳେ ମହମ୍ମଦ ସିରାଜ୍ ଓ ମୁକେଶ କୁମାର ଖାତା ଖୋଲିପାରି ନଥିଲେ । ଅଶ୍ୱିନୀ ୭୮ ବଲ୍‌ର ସମ୍ମୁଖୀନ ହୋଇ ୮ ଚୌକା ସହାୟତାରେ ୫୬ ରନ୍ କରିଥିଲେ ।

ୱେଷ୍ଟଇଣ୍ଡିଜ୍ ପକ୍ଷରୁ କେମାର ରୋଚ୍‌, ଜୋମେଲ୍ ୱାରିକନ୍ ୩ଟି ଲେଖାଏଁ ଏବଂ ଜେସନ୍ ହୋଲ୍ଡର ୨ଟି ୱିକେଟ୍ ନେଇଥିଲେ । ଏହାର ଜବାବରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍‌ରେ ଦୁଇ ୱିକେଟ୍ ବିନିମୟରେ ୧୪୧ ରନ୍ କରିଛି । କ୍ୟାପ୍‌ଟେନ୍ ବ୍ରାଥ୍‌ୱେଟ୍ କ୍ୟାରିୟର୍‌ର ୨୯ତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୨୧୧ ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ଓ ଗୋଟିଏ ଛକା ସହାୟତାରେ ୬୮ ରନ୍ ସହିତ ବ୍ୟାଟିଂ କରୁଥିଲେ । ସେହିପରି ଜର୍ମେନ୍ ବ୍ଲାକ୍‌ଉଡ୍ ୧୨ ରନ୍‌ରେ ଅପରାଜିତ ଥିଲେ । ଏହା ପୂର୍ବରୁ ତେଜ୍‌ନାରାୟଣ ଚନ୍ଦ୍ରପଲ୍ ୩୩ ଏବଂ କର୍କ ମ୍ୟାକେଞ୍ଜି ୩୨ ରନ୍ କରି ଆଉଟ୍ ହୋଇଥିଲେ । ଚନ୍ଦ୍ରପଲ୍‌ଙ୍କୁ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଅଶ୍ୱିନ୍‌ଙ୍କ ହାତରେ କ୍ୟାଚ୍ କରାଇଥିଲେ । ଚନ୍ଦ୍ରପଲ୍‌ଙ୍କ ୯୪ ବଲ୍‌ର ଇନିଂସ୍‌ରେ ୪ଟି ଚୌକା ସାମିଲ ଥିଲା । ସେହିପରି ମ୍ୟାକେଞ୍ଜିଙ୍କୁ ପଦାର୍ପଣ ମ୍ୟାଚ୍ ଖେଳୁଥିବା ମୁକେଲ୍ କୁମାର ୱିକେଟ୍ ପଛରେ ଈଶାନ୍ କିଶନ୍‌ଙ୍କ ଦ୍ୱାରା ଆଉଟ୍ କରାଇଥିଲେ । ସେ ୫୭ ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ଏବଂ ଗୋଟିଏ ଛକା ମାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking