27.1 C
Bhubaneswar
Monday, March 17, 2025
Homeଓଡିଶାକମିଲା ପରିବା ଦର, କିନ୍ତୁ ଟମାଟୋ ମୂଲ୍ୟ ୧୩୦ ଉପରେ

କମିଲା ପରିବା ଦର, କିନ୍ତୁ ଟମାଟୋ ମୂଲ୍ୟ ୧୩୦ ଉପରେ

ଭୁବନେଶ୍ୱର: କିଛିଦିନ ଧରି ପରିବା ଦର ଅଧିକ ଥିବାବେଳେ ଆଜି କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି | ବାସ୍ତବରେ ଆଜି ପରିଵା ଦର କିଛି ମାତ୍ରାରେ କମିଛି | ଆଜି କଟକ ଛତ୍ରଵଜାରରେ କଖାରୁ କିଲୋଗ୍ରାମ ପିଛା୨୦ ଟଙ୍କା, ଭେଣ୍ଡି କିଲୋଗ୍ରାମ ପିଛା ୪୦ ଟଙ୍କା, ଭଣ୍ଡା କିଲୋଗ୍ରାମ ପିଛା ୩୦ ଟଙ୍କା, ଗାଜର କିଲୋଗ୍ରାମ ପିଛା ୪୦ ଟଙ୍କା, ସଜନା ଛୁଇଁ କିଲୋଗ୍ରାମ ପିଛା ୬୦ ଟଙ୍କା, ବାଇଗଣ କିଲୋଗ୍ରାମ ପିଛା ୩୦ରୁ ୪୦ ଟଙ୍କା, କୁନ୍ଦୁରି କିଲୋଗ୍ରାମ ପିଛା ୨୦ ଟଙ୍କା, କୋଶଳା ବିଡା ପିଛା ୧୦ ଟଙ୍କା, ଝୁଡୁଙ୍ଗ କିଲୋଗ୍ରାମ ପିଛା ୪୦ ଟଙ୍କା, କଲରା କିଲୋଗ୍ରାମ ପିଛା ୪୦ରୁ୫୦ ଟଙ୍କା, କାଙ୍କଡ କିଲୋଗ୍ରାମ ପିଛା ୩୦ ଟଙ୍କା, ସାରୁ କିଲୋଗ୍ରାମ ପିଛା ୫୦ ଟଙ୍କା, ଵନ୍ଧାକୋଵି କିଲୋଗ୍ରାମ ପିଛା ୩୦ ଟଙ୍କାକୁ କମିଛି |
କିନ୍ତୁ ଟମାଟୋ, ଅଦା, ଲଙ୍କା ଦାମ୍ ଅପରିବର୍ତ୍ତିତ ରହିଛି | ଟମାଟୋ କିଲୋଗ୍ରାମ ପିଛା ୧୪୦ ଟଙ୍କା ଥିବାବେଳେ ଅଦା କିଲୋଗ୍ରାମ ପିଛା ୨୪୦ ଟଙ୍କା ରହିଛି | ଟମାଟୋ ମୂଲ୍ୟ ସାଧାରଣତଃ ଜୁଲାଇ-ଅଗଷ୍ଟ ଏବଂ ଅକ୍ଟୋବର-ନଭେମ୍ବର ମଧ୍ୟରେ ଅଧିକ ରହିଥାଏ। କିନ୍ତୁ ଚଳିତବର୍ଷ ମୌସୁମୀ ବର୍ଷା ଜନିତ ଅସୁବିଧା କାରଣରୁ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ମୂଲ୍ୟ ଅତ୍ୟଧିକ ବଢ଼ିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking