23.1 C
Bhubaneswar
Friday, January 10, 2025
Homeଓଡିଶାଓଡିଶାର ୬୪ ବିଧାୟକ ଦାଗୀ: ଏଡିଆର

ଓଡିଶାର ୬୪ ବିଧାୟକ ଦାଗୀ: ଏଡିଆର

ଭୁବନେଶ୍ୱର: ଓଡ଼ିଶାର ୬୪ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା। ସେମାନଙ୍କ ମଧ୍ୟରୁ ଜଣେ ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ରହିଛି। ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ ବା ଏଡିଆର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ରହିଛି ଏହି ତଥ୍ୟ।
ଦେଶର ୨୮ ବିଧାନସଭା ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ବିଧାୟକଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ଘୋଷଣା କରାଯାଇଥିବା ଅପରାଧିକ ପୃଷ୍ଠଭୂମି ବିବରଣୀକୁ ବିଶ୍ଳେଷଣ କରାଯାଇ ଏଡିଆର ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଏହି ରିପୋର୍ଟ ଅନୁସାରେ, ଓଡ଼ିଶାର ୧୪୫ ଜଣ ବିଧାୟକଙ୍କ ବିବରଣୀଙ୍କୁ ବିଶ୍ଲେଷଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୬୪ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ଅର୍ଥାତ୍ ରାଜ୍ୟର ୪୪% ବିଧାୟକଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୪୬ ଜଣ ବିଧାୟକଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି। ଅର୍ଥାତ୍ ୩୨% ବିଧାୟକଙ୍କ ନାଁରେ ଗମ୍ଭୀର ଅପରାଧିକ ମାମଲା ରହିଛି।
ଓଡ଼ିଶାର ୨ ଜଣ ବିଧାୟକଙ୍କ ନାଁରେ ହତ୍ୟା, ୧୧ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ଏବଂ ୧୨ ଜଣଙ୍କ ବିରୋଧରେ ମହିଳାଙ୍କ ପ୍ରତି କରାଯାଇଥିବା ଅପରାଧ ମାମଲା ରହିଛି। ଜଣେ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ମଧ୍ୟ ପଞ୍ଜୀକୃତ ହୋଇଛି।
ଏଡିଆର ତଥ୍ୟ ଅନୁସାରେ, ବିଜେଡିର ୧୧୩ ଜଣ ବିଧାୟକଙ୍କ ସତ୍ୟପାଠ ତଥ୍ୟକୁ ବିଶ୍ଳେଷଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେହିପରି ଏହି ୪୫ ଜଣଙ୍କ ମଧ୍ୟରୁ ୩୨ ଜଣଙ୍କ ନାଁରେ ଗମ୍ଭୀର ଅପରାଧିକ ମାମଲା ରହିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking