29.1 C
Bhubaneswar
Thursday, January 23, 2025
Homeଅପରାଧବାଦାମ ଚୋରିକୁ ନେଇ ହତ୍ୟାକାଣ୍ଡ; ଆସାମୀକୁ ଆଜୀବନ କାରାଦଣ୍ଡ

ବାଦାମ ଚୋରିକୁ ନେଇ ହତ୍ୟାକାଣ୍ଡ; ଆସାମୀକୁ ଆଜୀବନ କାରାଦଣ୍ଡ

ଯାଜପୁର : ବ୍ରହ୍ମବରଦା ଖଣ୍ଡାସ ଅଞ୍ଚଳରେ ବାଦାମ ଚୋରିକୁ ନେଇ ଘଟିଥିବା ହତ୍ୟାକାଣ୍ଡ ଘଟଣାର ଶୁଣାଣି କରି ବୁଧବାର ଜିଲ୍ଲା ଅତିରିକ୍ତ ଦୌରାଜଜ୍ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବ୍ରହ୍ମବରଦା ଖଣ୍ଡାସ ଗ୍ରାମର ଭୀମସେନ ମଲ୍ଲିକ (୨୪) ଉକ୍ତ ମୌଜାରେ ଥିବା ଜମିରେ ବାଦାମ ଚାଷ କରିଥିଲେ । ତାଙ୍କ ଜମିକୁ ଲାଗି ଲଙ୍କାବାଲିସାହି ଗ୍ରାମର ଆସାମୀ ତ୍ରୈଲୋକ୍ୟନାଥ ସାହୁ (୩୫)ଙ୍କ ଜମି ଥିଲା । ଉଭୟ ସେଠାରେ ବାଦାମ ଚାଷ କରିଥିଲେ ।

ଭୀମସେନ ତାଙ୍କ ଜମିରେ କରିଥିବା ବାଦାମକୁ ଉପାଡ଼ି ସେହିଠାରେ ଶୁଖିବା ପାଇଁ ରଖିଥିବା ଅବସ୍ଥାରେ ତ୍ରୈଲୋକ୍ୟନାଥ ଟ୍ରାକ୍ଟର ଯୋଗେ ଚୋରି କରି ନେଇ ଯାଇଥିଲେ । ଏ ନେଇ ଭୀମସେନ ତାଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହେଇଥିଲା ଏବଂ ତାକୁ ସେ ଗାଡ଼ି ଚଢ଼ାଇ ମାରିଦେବ ବୋଲି ଧମକ ଦେଇଥିଲେ । ଗତ ୨୭ା୩ା୨୦୧୭ରେ ଭୀମସେନ ଓ ତାଙ୍କର ଜଣେ ସାଥୀ ଅକ୍ଷୟ ମଲ୍ଲିକ ଜମି ନିକଟକୁ ଆସୁଥିବା ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆସାମୀ ଉଭୟଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ଭୀମସେନଙ୍କ ମୃତ୍ୟୁ ହୋଇଥିଲା ବେଳେ ଅକ୍ଷୟ ଗୁରୁତର ହୋଇଥିଲେ । ଏ ନେଇ ୨୭ା୩ା୨୦୧୭ରେ ଭୀମସେନ ଓ ଅକ୍ଷୟଙ୍କ ପରିବାର ଲୋକେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ କେସ୍ ନଂ – ୫୭/୨୦୧୭ ଏକ ମାମଲା ରୁଜୁ କରି ତ୍ରୈଲୋକ୍ୟନାଥ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ବୁଧବାର ଅତିରିକ୍ତ ଜିଲ୍ଲା ଦୌରାଜଜ ସୁନୀଲ କୁମାର ଦାଶ ୧୪ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଆସାମୀକୁ ଆଜୀବନ କାରାଦଣ୍ଡ ସହିତ ୧୦,୦୦୦ ଟଙ୍କା ଜେରିନାମା ରାୟ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ । ମାମଲାକୁ ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ନାୟକ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking