22.1 C
Bhubaneswar
Thursday, January 23, 2025
Homeଓଡିଶାଦ୍ୱିତୀୟ ବିବାହ ପଡ଼ିଲା ମହଙ୍ଗା; ଶିଶୁପାଳ ହୋଇ ଫେରିଲା ବର

ଦ୍ୱିତୀୟ ବିବାହ ପଡ଼ିଲା ମହଙ୍ଗା; ଶିଶୁପାଳ ହୋଇ ଫେରିଲା ବର

ବାରିକପୁର: ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ଅଞ୍ଚଳର ଜନୈକ ଯୁବକ କୁରିଗାଁ ପଞ୍ଚାୟତକୁ ବିବାହ ପାଇଁ ଯାଇଥିବା ବେଳେ ଶିଶୁପାଳ ହୋଇ ଫେରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଯୁବକ ଜଣକ ପୂର୍ବରୁ ବିବାହ କରିଥିବା ବେଳେ ପ୍ରଥମ ପତ୍ନୀ ତାଙ୍କଠାରୁ ଛାଡ଼ପତ୍ର ନେଇସାରିଛନ୍ତି । ତେଣୁ ବୈଦିକ ରୀତି ନୀତି ଅନୁଯାୟୀ ଯୁବକ ଜଣକ ବର ବେଶ ଧରି ମଙ୍ଗଳବାର ରାତିରେ କୁରିଗାଁ ଅଞ୍ଚଳକୁ ଦ୍ୱିତୀୟ ବିବାହ ପାଇଁ ଆସିଥିଲେ ।

ଖବର ଜଣାପଡ଼ିବା ପରେ କନ୍ୟାଘର ପକ୍ଷ ବରକୁ ଅଟକ ରଖିବା ସହିତ ପୁଲିସକୁ ଖବର ଦେଇଥିଲେ । ପୂର୍ବରୁ ଝିଅ ଘରକୁ ଏ ବିଷୟରେ ସୂଚନା ଦିଆଯାଇନଥିବା ବେଳେ କୌଶଳ କ୍ରମେ ଯୁବକ ଜଣକ ଦ୍ୱିତୀୟ ବିବାହ କରିବାକୁ ଯାଉଥିବା ଜଣାପଡ଼ିଥିଲା । ତେଣୁ ଆଜି ଥାନାରେ ଉଭୟ ପକ୍ଷ ବସି ପୁଅ ଘରଠାରୁ ବିବାହ ଖର୍ଚ୍ଚ ବାବଦୀୟ ୨ଲକ୍ଷ୨୫ହଜାର ଟଙ୍କା ଆଦାୟ କରାଯାଇଥିବା ବେଳେ ବର ବେଶ ସାଜି ଥାନାରେ ଅଟକ ଥିବା ଯୁବକ ସିଧା ଶିଶୁପାଳ ହୋଇ ଘରକୁ ଫେରିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking