30.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶ୧୭ରେ ବିଲ୍‌କିସ୍ ବାନୋ ମାମଲାର ଶୁଣାଣି; କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ୍‌

୧୭ରେ ବିଲ୍‌କିସ୍ ବାନୋ ମାମଲାର ଶୁଣାଣି; କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ବିଲ୍‌କିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ୧୧ ଦୋଷୀଙ୍କ ଖଲାସ ବିରୋଧରେ ସୁପ୍ରିମ୍‌କୋର୍ଟରେ ଜୁଲାଇ ୧୭ ତାରିଖରେ ଶୁଣାଣି ହେବ । ଏହା ପୂର୍ବରୁ ମେ’ ୯ରେ ମାମଲାର ଶୁଣାଣି ହୋଇଥିଲା । ସେତେବେଳେ ଜଣେ ଅଭିଯୁକ୍ତ କୋର୍ଟରେ ହାଜର ହୋଇନଥିବାରୁ ଶୁଣାଣି ସ୍ଥଗିତ ରହିଥିଲା । ନୋଟିସ୍ ମିଳିନଥିବା ଅଭିଯୁକ୍ତ ଜଣକ ଦାବି କରିଥିଲା । ଏହାକୁ ନେଇ କୋର୍ଟ ଅଭିଯୁକ୍ତଙ୍କ ଓକିଲଙ୍କୁ ଭର୍ତ୍ସନା କରିଥିଲେ । କୋର୍ଟ କହିଥିଲେ, ଯଦି ନୋଟିସ୍ ଦେଇନପାରିଲେ ଖବରକାଗଜରେ ପ୍ରକାଶିତ କରନ୍ତୁ । କିନ୍ତୁ କୋର୍ଟ ଏହି କାରଣରୁ ବାରମ୍ବାର ଶୁଣାଣି ସ୍ଥଗିତ କରିପାରିବେ ନାହିଁ ।

ମାମଲାରେ ୧୧ ଦୋଷୀଙ୍କୁ ଖଲାସ କରିବାକୁ ନେଇ କୋର୍ଟ ଗୁଜରାଟ ସରକାରଙ୍କ ସହିତ କେନ୍ଦ୍ରକୁ ନୋଟିସ୍ ଜାରିକରି କାରଣ ଜାଣିବାକୁ ଚାହିଁଛନ୍ତି । ଗତ ଥରର ଶୁଣାଣି ବେଳେ କେନ୍ଦ୍ର ଏବଂ ଗୁଜରାଟ ସରକାରଙ୍କ ପକ୍ଷରୁ ହାଜର ଓକିଲ ବିଲ୍‌କିସ୍‌ଙ୍କ ପିଟିସନ୍‌କୁ ଜାଲ୍ କହିବା ସହିତ ଆଫିଡେଭିଟ୍‌ରେ ସେ ମିଛ କହିଥିବା ଜଣାଇଥିଲେ । ସରକାରଙ୍କ ଓକିଲ କହିଥିଲେ, ଖଲାସ ହୋଇଥିବା ୧୧ ଦୋଷୀଙ୍କ ମଧ୍ୟରୁ କେତେକଙ୍କୁ ବିଲ୍‌କିସ୍‌ଙ୍କ ପକ୍ଷରୁ ନୋଟିସ୍ ଦିଆଯାଇ ନାହିଁ । ତେଣୁ ବିଲ୍‌କିସ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସେ କହିଥିଲେ । ସମୟ ପୂର୍ବରୁ ଗୁଜରାଟ ସରକାର ୧୧ ଦୋଷୀଙ୍କୁ ଖଲାସ କରିଥିବା ନେଇ ବିଲ୍‌କିସ୍ ପିଟିସନ୍‌ରେ ଅଭିଯୋଗ କରିଥିଲେ । ୧୧ ଦୋଷୀଙ୍କ ଖଲାସକୁ ସେ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking