29.1 C
Bhubaneswar
Friday, January 24, 2025
Homeଦେଶ ବିଦେଶପାକିସ୍ତାନରେ ପ୍ରକୃତିର କରାଳ ରୂପ; ୫୦ରୁ ଅଧିକ ମୃତ

ପାକିସ୍ତାନରେ ପ୍ରକୃତିର କରାଳ ରୂପ; ୫୦ରୁ ଅଧିକ ମୃତ

ସଲାମାବାଦ: ପାକିସ୍ତାନରେ ପ୍ରକୃତିର କରାଳ ରୂପ । ଲଗାଣ ବର୍ଷା ଯୋଗୁଁ ପାକିସ୍ତାନରେ ବଡ଼ ଧରଣର ଭୂସ୍ଖଳନ ଓ ବନ୍ୟା ସ୍ଥିତି ଦେଖାଦେଇଛି । ଏଥିରେ ପ୍ରାୟ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ ଥିବା ସୂଚନା ମିଳିଛି । ଗତମାସରୁ ପାକିସ୍ତାନରେ ମୌସୁମୀ ଜନିତ ବର୍ଷା ଲାଗି ରହିଛି । ପାକିସ୍ତାନ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ ୨୫ରୁ ମୌସୁମୀ ବର୍ଷା ଆରମ୍ଭ ହେବା ଠାରୁ କ୍ରମାଗତ ଭାବେ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁଁ ପାକିସ୍ତାନର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଫଳରେ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୭ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ପୂର୍ବ ପଞ୍ଜାବ ରାଜ୍ୟରେ ମୃତ୍ୟୁହାର ସର୍ବାଧିକ ରହିଛି ।

ଅଧିକାଂଶ ବିଦ୍ୟୁତ ଆଘାତ ଓ କୋଠା ଭୁଶୁଡ଼ିବା କାରଣରୁ ହୋଇଥିବା ସୂଚନା ମିଳିଛି । ଜରୁରୀକାଳୀନ ସେବା ଉଦ୍ଧାର ଟିମ ୧୧୨୨ ମୁଖପାତ୍ର ବିଲାଲ ଅହମ୍ମଦ ଫୈଜିଙ୍କ ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ ଖାଇବର ପାଖତୁନଖ୍ୱା ପ୍ରଦେଶର ଶଙ୍ଗଲା ଜିଲ୍ଲାରେ ଗୁରୁବାର ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ଭୂସ୍ଖଳନ ହୋଇ ୮ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଭୂସ୍ଖଳରେ ଅନେକ ନିଖୋଜ ଲୋକଙ୍କ ମଧ୍ୟ ଉଦ୍ଧାର କରାଯାଇଥିଲା । ଆଗାମୀ ଦିନରେ ସାରା ଦେଶରେ ଆହୁରି ବର୍ଷା ହେବା ନେଇ ପାକିସ୍ତାନ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବନ୍ୟା ଯୋଗୁଁ ସବୁ ନଦୀରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଗ୍ରୀଷ୍ମ ମୌସୁମୀ ବର୍ଷା ଯୋଗୁଁ ପ୍ରତିବର୍ଷ ଜୁନରୁ ସେପ୍େଟମ୍ବର ମଧ୍ୟରେ ବାର୍ଷିକ ବୃଷ୍ଟିପାତର ୭୦ରୁ ୮୦ ପ୍ରତିଶତ ଦକ୍ଷିଣ ଏସିଆରେ ହୋଇଥାଏ । ଏଠାରେ ବସବାସ କରୁଥିବା ପ୍ରାୟ ଦୁଇ ମିଲିୟନ ଲୋକ ଓ କୃଷକଙ୍କ ଜୀବିକା ଏବଂ ଖାଦ୍ୟ ନିରାପତ୍ତା ପାଇଁ ମୌସୁମୀ ବର୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । ମାତ୍ର ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ଅନେକ ସମୟରେ ପାକିସ୍ତାନ ପ୍ରାକୃତିକ ବିପର୍ଯ୍ୟୟ ସହ ଯୁଝି ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking