29.1 C
Bhubaneswar
Friday, October 18, 2024
Homeଓଡିଶାସିମ୍ ପିଛା ୫୦୦ରୁ ହଜାରେ,ଏଯାଏ ମିଳିଲାଣି ୧୨ଶହ ସିମ୍, ଜେଲ୍ ଗଲେଣି ୧୩ ସାଇବର୍ ଠକ

ସିମ୍ ପିଛା ୫୦୦ରୁ ହଜାରେ,ଏଯାଏ ମିଳିଲାଣି ୧୨ଶହ ସିମ୍, ଜେଲ୍ ଗଲେଣି ୧୩ ସାଇବର୍ ଠକ

କଟକ : ମୋବାଇଲ୍ ଗ୍ରାହକ ସାବଧାନ! ସିମ୍ କାର୍ଡଗୁଡ଼ିକୁ ଆଗୁଆ ସକ୍ରିୟ କରି ସାଇବର ଅପରାଧୀଙ୍କୁ ବିକ୍ରି ପଛରେ ପଏଣ୍ଟ ଅଫ୍ ସେଲ୍(ପିଓଏସ୍)ର କର୍ମଚାରୀ। ସିମ୍ କିଣିବାକୁ ଦୋକାନକୁ ଯାଉଥିବା ଗ୍ରାହକଙ୍କ ଆଙ୍ଗୁଠି ଛାପ ଓ ଫଟୋ ଚୋରି କରୁଛନ୍ତି ପିଓଏସ୍ର କର୍ମଚାରୀ। ଗ୍ରାହକଙ୍କ ଅଜାଣତରେ ଏହାକୁ ଚୋରି କରି ଏକାଧିକ ସିମ୍ କାର୍ଡ ଗ୍ରାହକଙ୍କ ନାଁରେ ସକ୍ରିୟ ହେଉଛି। ପରେ ଏହାକୁ ସାଇବର୍ ଅପରାଧୀଙ୍କୁ ଅପରାଧ ଘଟାଇବାରେ ବ୍ୟବହାର ପାଇଁ ବିକ୍ରି କରାଯାଉଛି। ଏଭଳି କେଳେଙ୍କାରୀ ପଛରେ ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥାର ବଡ଼ ଭୂମିକା ରହିଛି। ମାତ୍ର ଦୁଇବର୍ଷ ଭିତରେ କଟକ କମିସନରେଟ୍ ପୁଲିସ ୧ହଜାର ୨ଶହ ୧ଟି ଏଭଳି ସିମ୍ ଜବତ କରିଥିବା ବେଳେ ୧୩ ଜଣଙ୍କୁ ଗିରଫ କଲାଣି। ଜବତ ସିମ୍ ସମ୍ପର୍କରେ ଗ୍ରାହକ ଜାଣନ୍ତି ନାହିଁ। ଏଭଳି ପରିସ୍ଥିତି ଏବେ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ୨୦୨୧ ଜୁଲାଇ ୮ରେ କଟକ କମିସନରେଟ୍ ପୁଲିସର ସାଇବର୍ ସେଲ୍ ଦୁଇ ଭିଣୋଇ ପଶ୍ଚିମବଙ୍ଗ ପଶ୍ଚିମ ବର୍ଦ୍ଧମାନର ଅନିଲେଶ ଆନନ୍ଦ ଓ ଅଙ୍କିତ ରାୟଙ୍କୁ ଗିରଫ କରାଯାଇଥିଲା। ଏକ ଜିଓ ଟାଵାର୍ ଠକେଇ ଘଟଣାରେ ପୁଲିସ ସେମାନଙ୍କୁ ଗିରଫ ସମୟରେ ୪ ଆକ୍ଟିଭେଟେଡ୍ ସିମ୍ ଜବତ ହୋଇଥିଲା। ଏହି ମାମଲାରେ ମୁଖ୍ୟ କାର୍ପଟଦାର ଅଭୟ ତିୱାରୀ ଏବେ କଲିକତା ଜେଲ୍ରେ ରହିଛି। ୨୦୨୨ ମାର୍ଚ୍ଚ ୧୭ ଓ ୨୦ ରେ କଟକ ସାଇବର୍ ଥାନା ପୁଲିସ ବାଲେଶ୍ବର ଅଞ୍ଚଳର ତିନି ଜଣ ଠକ ଶଙ୍କର ଦାସ ଅଧିକାରୀ, ସୁଶାନ୍ତ କୁମାର ବେହେରା ଓ ଦୀପକ କୁମାର ସାହୁଙ୍କୁ ଗିରଫ କରିଥିଲା। ମୋଟ ୩୯୮ଟି ସିମ୍ କାର୍ଡ ଜବତ ହୋଇଥିଲା। ଏମାନେ ସିମ୍ କାର୍ଡ ଆକ୍ଟିଭ୍ କରି ଝାଡ଼ଖଣ୍ଡର ଜାମ୍ତାରାରେ ବିକ୍ରି କରୁଥିଲେ। ଏମାନଙ୍କ ମଧ୍ୟରେ ମୋବାଇଲ୍ ସେବା ସଂସ୍ଥାର କର୍ମଚାରୀ ଥିଲେ। ନିକଟରେ ଗଲା ୧୦ ତାରିଖରେ କଟକ ସାଇବର୍ ଥାନା ପୁଲିସ ପୁରୀର ଦୁଇ କାର୍ପଟଦାର ଜ୍ଞାନରଞ୍ଜନ ପାତ୍ର ଓ ବିଶ୍ବଜିତ ପାତ୍ରଙ୍କୁ ମିଶାଇ ୮ ଜଣଙ୍କୁ ଗିରଫ କରିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking