ଜୁରିକ୍ : ଆସନ୍ତା ୨୦୨୫ରେ ଖେଳାଯିବାକୁ ଥିବା ଫିଫା କ୍ଲବ୍ ବିଶ୍ୱକପ୍ର ଆୟୋଜନ ଅଧିକାର ଶୁକ୍ରବାର ଫିଫା କାଉନ୍ସିଲ୍ ପକ୍ଷରୁ ଆମେରିକାକୁ ପ୍ରଦାନ କରାଯାଇଛି । ଏଠାରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କାଉନ୍ସିଲ୍ ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ ଆମେରିକା ଆୟୋଜନ ଅଧିକାର ପାଇଛି । ଆବଶ୍ୟକ ଭିତ୍ତିଭୂମି ଓ ସେବା ଯୋଗାଣ ସୁଯୋଗର ଉପଲବ୍ଧତା ଏବଂ ସର୍ବୋପରି ନର୍ଥ ଆମେରିକାରେ ଫୁଟବଲ୍ର ପ୍ରସାରକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ହୋଇଛି ।
ଆମେରିକାରେ ଫିଫା କ୍ଲବ୍ ବିଶ୍ୱକପ୍ ଆୟୋଜନ ଆମେରିକା, କାନାଡା ଓ ମେକ୍ସିକୋରେ ମିଳିତ ଭାବେ ହେବାକୁ ଥିବା ଫିଫା ପୁରୁଷ ବିଶ୍ୱକପ୍ର ସଫଳତାକୁ ସୁନିଶ୍ଚିତ କରିବ ବୋଲି କାଉନ୍ସିଲ୍ ପକ୍ଷରୁ ଆଶା ପ୍ରକାଶ ପାଇଛି । ତେବେ ଡିସେମ୍ବରରେ ହେବାକୁ ଥିବା ଫିଫା କ୍ଲବ୍ ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ୩୨ଟି ଟିମ୍ ଅଂଶଗ୍ରହଣ କରିବେ ।