29.1 C
Bhubaneswar
Friday, October 18, 2024
Homeଓଡିଶାଅଟୋ ଚାଳକଙ୍କ ଆକ୍ରମଣରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଅଟୋ ଚାଳକଙ୍କ ଆକ୍ରମଣରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଜଣେ ଅଟୋ ଚାଳକଙ୍କ ଆକ୍ରମଣରେ ଜଣେ ଓଡ଼ିଆ ଯୁବକ ପ୍ରାଣ ହରାଇଥିବାବେଳେ ମୃତକଙ୍କ ସାନଭାଇ ଆହତ ହୋଇଥିବା ଜଣାପଡିଛି । ଆଉଦ୍ ଓ ଆୟୁବ ନାମକ ଦୁଇଭାଇ ନିକଟରେ ବେଙ୍ଗାଲୁରୁ ବୁଲିଯାଇଥିବାବେଳେ ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ ।

ରବିବାର ରାତିରେ ସେମାନେ ଟ୍ରେନ୍ ଯୋଗେ ଓଡ଼ିଶା ଫେରିବା କଥା । ଦୁଇଭାଇ ଚାନ୍ଦପୁରା ଅଞ୍ଚଳରୁ ପ୍ରଥମେ ଟାଉନ୍‌ବସ୍ ଯୋଗେ ମାଜେଷ୍ଟିକ୍ ଅଞ୍ଚଳକୁ ଆସିଥିଲେ । ସେଠାରୁ ଯଶୱନ୍ତପୁର ଷ୍ଟେସନ ଯିବାକୁ ସେମାନେ ଏକ ଅଟୋ ଭଡା କରିଥିଲେ । ଷ୍ଟେସନରେ ପହଞ୍ଚାଇବାକୁ ୧୦୦ ଟଙ୍କା ଭଡା ଲାଗିବ ବୋଲି ମୁଲଚାଲ ହୋଇଥିଲା ଏବଂ ଏଥିରେ ଦୁଇପକ୍ଷ ରାଜି ମଧ୍ୟ ହୋଇଥିଲେ । ତେବେ ଅଧାରାସ୍ତା ଅତିକ୍ରମ କରିଥିବାବେଳେ ଅଟୋ ଚାଳକ ହଠାତ୍ ଅଟୋକୁ ଅଟକାଇବା ସହ ଭଡା ବାବଦରେ ଯୁକ୍ତିତର୍କ ଆରମ୍ଭ କରିଥିଲା ।

ଷ୍ଟେସନରେ ପହଞ୍ଚାଇବାକୁ ମୁଣ୍ଡପିଛା ୧୫୦୦ ଟଙ୍କା ହିସାବରେ ସେମାନଙ୍କୁ ୩୦୦୦ ଟଙ୍କା ଦେବାକୁ ପଡିବ ବୋଲି ଅଟୋ ଚାଳକ କହିଥିଲା । ତେବେ ଆଉଦ୍ କହିଥିଲେ ଯେ ସେ ୧୦୦ ଟଙ୍କାରୁ ଗୋଟିଏ ଟଙ୍କା ମଧ୍ୟ ଅଧିକ ଦେବେ ନାହିଁ । ଫଳରେ ଉଭୟଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଲାଗିଥିଲା । ଏହା ଉଗ୍ରରୂପ ଧାରଣ କରିବାପରେ ଅଟୋ ଚାଳକ ହଠାତ୍ ଆଉଦଙ୍କ ତଳିପେଟ, ଛାତି ଓ ମୁହଁକୁ ଜୋରରେ ମୁଥ ମାରିଥିଲା । ବଡଭାଇକୁ ରକ୍ଷା କରିବାକୁ ଯାଇ ସାନଭାଇ ଆୟୁବ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।

ତେବେ ଅଟୋ ଚାଳକର ଶକ୍ତି ଆଗରେ ଦୁଇଭାଇ ଅସହାୟ ହୋଇପଡିବାପରେ ସେମାନେ ଘଟଣାସ୍ଥଳରୁ ଦୌଡିବାକୁ ଲାଗିଲେ । କିଛିବାଟ ଦୌଡିବାପରେ ଆଉଦ ରାସ୍ତା ଉପରେ ଟଳିପଡିଥିଲେ । ପାଟ୍ରୋଲିଂ କରୁଥିବା ପୁଲିସ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ ସୁଦ୍ଧା ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ପୁଲିସ ସୋମବାର ସଂପୃକ୍ତ ଅଟୋଚାଳକୁ ଗିରଫ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking