26.1 C
Bhubaneswar
Saturday, January 18, 2025
Homeଦେଶ ବିଦେଶନାଗରିକଙ୍କୁ ସଶକ୍ତ କରିବା ଏବଂ ଜନସାଧାରଣଙ୍କ ସୁରକ୍ଷା ବୃଦ୍ଧି ପାଇଁ ଡେଲିହଣ୍ଟ, ୱାନ୍ଇଣ୍ଡିଆ ଓ ଦିଲ୍ଲୀ...

ନାଗରିକଙ୍କୁ ସଶକ୍ତ କରିବା ଏବଂ ଜନସାଧାରଣଙ୍କ ସୁରକ୍ଷା ବୃଦ୍ଧି ପାଇଁ ଡେଲିହଣ୍ଟ, ୱାନ୍ଇଣ୍ଡିଆ ଓ ଦିଲ୍ଲୀ ପୋଲିସ ମିଳିତ ଭାବେ କାର୍ଯ୍ୟ କରିବେ

ନୂଆଦିଲ୍ଲୀ: ଡେଲିହଣ୍ଟ ଭାରତର ଏକ ନମ୍ବର ଆଞ୍ଚଳିକ ଭାଷା ବିଷୟଭିତ୍ତିକ ଆବିଷ୍କାର(ଡିସ୍‌କଭରି) ପ୍ଲାଟଫର୍ମ ଏବଂ ୱାନ୍ ଇଣ୍ଡିଆ ଭାରତର ଏକ ନମ୍ବର ଆଞ୍ଚଳିକ ଭାଷା ଭିତ୍ତିକ ଡିଜିଟାଲ୍ ପୋର୍ଟାଲ । ଡେଲିହଣ୍ଟ ଓ ୱାନ୍‌ଇଣ୍ଡିଆ ଦିଲ୍ଲୀ ପୋଲିସ ସହ ମିଶି କାର୍ଯ୍ୟ କରିବା ପାଇଁ ରଣନୀତି ଘୋଷଣା କରିଛନ୍ତି । ଦୁଇ ବର୍ଷରେ ଡେଲିହଣ୍ଟ ଓ ୱାନ୍ଇଣ୍ଡିଆ ଦିଲ୍ଲୀ ପୋଲିସକୁ ସାଇବର ସୁରକ୍ଷା, ମହିଳା ସୁରକ୍ଷା, ଡ୍ରଗ୍ସ ଅପବ୍ୟବହାର ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ସହ ଅନ୍ୟାନ୍ୟ ସାମାଜିକ ପ୍ରସଙ୍ଗରେ ବି ନିଜ ପ୍ଲାଟଫର୍ମ ମାଧ୍ୟମରେ ସହଯୋଗ କରିବ ।

ଏହି ସହଭାଗିତାର ଲକ୍ଷ୍ୟ ହେଉଛି ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ନିରବିଚ୍ଛିନ୍ନ ଭାବେ ପ୍ରଦାନ କରି ନାଗରିକମାନଙ୍କୁ ସଶକ୍ତ କରିବା । ଡେଲିହଣ୍ଟ ତା’ର ପ୍ଲାଟଫର୍ମରେ ଦିଲ୍ଲୀ ପୋଲିସର ପ୍ରୋଫାଇଲକୁ ଲଞ୍ଚ କରିବ । ଏଥିସହ ବିଭିନ୍ନ ଫର୍ମାଟରେ ଭିଡିଓ, ସେୟାର କାର୍ଡ, ଲିଖିତ ତାଲିକା, ଲାଇଭ୍ ଷ୍ଟ୍ରିମ୍ ଯେପରି ଅଧିକ ଲୋକଙ୍କୁ ବିଶେଷକରି ଯୁବକମାନଙ୍କୁ ସକ୍ରିୟ ଭାବର ଜଡ଼ିତ କରିପାରିବ ସେ ଦିଗରେ କାର୍ଯ୍ୟକରିବ । ସେହିପରି ୱାନ୍ଇଣ୍ଡିଆରେ ପ୍ରବନ୍ଧ, ଇନ୍‌ଫୋଗ୍ରାଫିକ୍ ଏବଂ ଭିଡିଓ ସମ୍ବନ୍ଧୀୟ ଭିଡିଓଗୁଡ଼ିକ ଏକାଧିକ ଆଞ୍ଚଳିକ ଭାଷାରେ ପ୍ରକାଶିତ ହେବ । ଯାହାର ସର୍ବାଧିକ ପ୍ରଭାବ ଗ୍ରାମାଞ୍ଚଳ ଲୋକମାନଙ୍କ ନିକଟରେ ପହଞ୍ଚାଇବାରେ ସହାୟକ ହେବ । ଏହି ସହଯୋଗ ମାଧ୍ୟମରେ ଦିଲ୍ଲୀ ପୋଲିସ ବିଭିନ୍ନ ଗୋଷ୍ଠୀ ସହିତ ଯୋଗାଯୋଗ ବୃଦ୍ଧି କରିବା ସହ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଲୋକଙ୍କ ସହ ଆଲୋଚନାକୁ ସୁଗମ କରିବ ।

ଏଟ୍‌ରନୋ ଇନଫୋଟେକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଭନନ ଏନ. କହିଛନ୍ତି, “ଆମ ପ୍ଲାଟଫର୍ମରେ ଦିଲ୍ଲୀ ପୋଲିସକୁ ପାଇ ଆମେ ଅତ୍ୟନ୍ତ ଗର୍ବିତ ଏବଂ ଆମର ସହଯୋଗକୁ ଆଗକୁ ଅଧିକ ଶକ୍ତିଶାଳୀ କରିବୁ । ମିଳିତ ଭାବେ ଆମର ଲକ୍ଷ୍ୟ ହେଉଛି ଦିଲ୍ଲୀ ପୋଲିସ ଓ ସମ୍ପ୍ରଦାୟ ମଧ୍ୟରେ ବନ୍ଧନକୁ ମଜବୁତ୍ କରିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟର ଆଦାନ ପ୍ରଦାନକୁ ନିରପେକ୍ଷ ଭାବେ ସହାୟତା କରିବା । ଏହି ସହଭାଗିତା ପ୍ରତିପାଦିତ କରୁଛି, ନାଗରିକମାନଙ୍କୁ ସଶକ୍ତ କରିବା ଓ ସେମାନଙ୍କୁ ନିରାପଦ ସୂଚନା ପ୍ରଦାନ କରିବା ଦିଗରେ ଡେଲିହଣ୍ଟ ଏବଂ ୱାନ୍ ଇଣ୍ଡିଆର ପ୍ରତିବଦ୍ଧତା ।

ଦିଲ୍ଲୀ ପୋଲିସ ଡିସିପି ତଥା ପିଆର୍‌ଓ ସୁମନ ନାଲୱା କହିଛନ୍ତି ଯେ, ଏହି ରଣନୀତିକ ଭାଗିଦାରୀ ମାଧ୍ୟମରେ ଆମର ଲକ୍ଷ୍ୟ ହେଉଛି ଦିଲ୍ଲୀ ପୋଲିସର ନାଗରିକମାନଙ୍କୁ ବିଶେଷ କରି ଯୁବପିଢ଼ିଙ୍କ ସହ ଯୋଗଦାନକୁ ମଜବୁତ କରିବା । ଡେଲିହଣ୍ଟ ଓ ୱାନ୍ଇଣ୍ଡିଆର ବହୁଳ ବ୍ୟବହାରକାରୀ ଥିବାରୁ ଆମେ ଆଶାକରୁଛୁ ଲୋକଙ୍କ ସହିତ ଜଡ଼ିତ କରିବା ପାଇଁ ନୂତନ କୌଶଳ ବା ପ୍ଲାଟଫର୍ମ ମାନ ବାହାର କରି ପ୍ରଭାବଶାଳୀ ବାର୍ତ୍ତା ପ୍ରଦାନ କରିବେ । ଯାହା ଦ୍ୱାରା ଆମର ଡିଜିଟାଲ୍ ଉପସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବ । ଏହା ମଧ୍ୟ ବିଶ୍ୱାସ କରୁଛୁ ଏହି ଅଭିନବ ପ୍ଲାଟଫର୍ମ ସହାୟତାରେ ଆମେ ସଫଳତାର ସହିତ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ନିରାପଦ ଭାବରେ ସହଜରେ ପହଞ୍ଚାଇ ପାରିବୁ ଏବଂ ଲୋକଙ୍କ ମଧ୍ୟରେ ଅର୍ଥପୂର୍ଣ୍ଣ ବା ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ ପ୍ରୋତ୍ସାହିତ କରିପାରିବୁ । ଦିଲ୍ଲୀ ପୋଲିସ, ଡେଲିହଣ୍ଟ ଓ ୱାନ୍‌ଇଣ୍ଡିଆ ମଧ୍ୟରେ ସହଯୋଗ ନାଗରିକ ସଶ୍ରକ୍ତକରଣ ତଥା ଜନସାଧାରଣଙ୍କ ସୁରକ୍ଷା ବଢ଼ାଇବାରେ ଏକ ମହତ୍ୱପୂର୍ଣ୍ଣ ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି ।

(ନୂଆଦିଲ୍ଲୀରେ ସହଭାଗୀଧାରୀ ସ୍ୱାକ୍ଷର ସମାରୋହରେ ଏଟ୍‌ରନୋ ଇନଫୋଟେକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଭନନ ଏନ ଓ ଦିଲ୍ଲୀ ପୋଲିସର ପିଆରଓ ଡିସିପି  ସୁମନ ନାଲୱା)

ଡେଲିହଣ୍ଟ ବିଷୟରେ….
ଡେଲିହଣ୍ଟ ହେଉଛି ଭାରତର ନଂ-୧ ଆଞ୍ଚଳିକ ଭାଷା ଭିତ୍ତିକ ବିଷୟବସ୍ତୁ ପ୍ଲାଟଫର୍ମ । ଯାହାକି ପ୍ରତିଦିନ ୧୫ ଟି ଭାଷାରେ  ୧ ମିଲିୟନ୍‌ରୁ ଉର୍ଦ୍ଧ ନୂତନ ଉପଭୋକ୍ତାଙ୍କୁ ବିଷୟବସ୍ତୁ ପ୍ରଦାନ କରିଥାଏ । ଡେଲିହଣ୍ଟରେ ଥିବା ବିଷୟବସ୍ତୁଗୁଡ଼ିକ ଲାଇସେନ୍ସପ୍ରାପ୍ତ ଅଟେ । ଏହା ପରସ୍ପର ସହ ସଂଶ୍ଲିଷ୍ଟ ଜୈବ ସମାଜ ଓ ଏହାର ପରିବେଶ ଏବଂ ୫୦,୦୦୦ ରୁ ଉର୍ଦ୍ଧ ଏହା ଅନ୍ତର୍ଗତ ଅଂଶୀଦାର ଏବଂ ୫୦.୦୦୦ରୁ ଉର୍ଦ୍ଧ ସୃଷ୍ଟିକର୍ତ୍ତାଙ୍କର ଏହା ଉତ୍ସ ଅଟେ । ଆମର ଲକ୍ଷ୍ୟ ହେଉଛି ଏକ ଇଣ୍ଡିକ୍ ପ୍ଲାଟଫର୍ମ ସୃଷ୍ଟିକରି ୧ ବିଲିୟନ ଭାରତୀୟଙ୍କୁ ଏହାର ଅନ୍ତର୍ଗତ ବିଭିନ୍ନ ସୂଚନା ଓ ମନୋରଞ୍ଜନ ସହିତ ଆବିଷ୍କାର,ସାମାଜିକ ସମୃଦ୍ଧି କରିବା ସଙ୍ଗେ ସଙ୍ଗେ ସଶକ୍ତ କରିବା । ଡେଲିହଣ୍ଟ ପ୍ରତି ମାସରେ ୩୫୦ ମିଲିୟନରୁ ଉର୍ଦ୍ଧ ସକ୍ରିୟ ଉପଭୋକ୍ତାଙ୍କୁ (ଏମ୍‌ଏୟୁଏସ୍‌) ସେବା ଯୋଗାଇ ଥାଏ । ଦୈନିକ ଜଣେ ସକ୍ରିୟ ବ୍ୟବହାରକାରୀ ୩୦ ମିନିଟ୍ ସମୟ ବିତାଇଥାଏ । ଏହା କୃତ୍ରିମ ବୃଦ୍ଧିମତା ଏବଂ ମେସିନରୁ ଜ୍ଞାନ ଆହରଣ କରିବା କ୍ଷେତ୍ରରେ ଅନନ୍ୟ ଅଟେ । ଗଭୀର ଶିକ୍ଷଣ ପ୍ରଯୁକ୍ତିବିଦ୍ୟା ବିଷୟବସ୍ତୁର ସ୍ମାର୍ଟ କ୍ୟୁରେସନକୁ ସକ୍ଷମ କରିଥାଏ ଏବଂ ବାସ୍ତବ ସମୟ, ବ୍ୟକ୍ତିଗତ ବିଷୟବସ୍ତୁ ଓ  ଉପଭୋକ୍ତା ପସନ୍ଦକୁ ଟ୍ରାକ୍ କରିଥାଏ ।

ୱାନ୍ ଇଣ୍ଡିଆ ବିଷୟରେ….
ୱାନ୍ ଇଣ୍ଡିଆ ଡଟ୍ କମ୍ ହେଉଛି ଏକ ବହୁଭାଷୀ ନ୍ୟୁଜ୍ ପ୍ଲାଟଫର୍ମ । ଯାହା ଲୋକଙ୍କୁ ନିଜ ନିଜ ଭାଷାରେ ଯୋଡିବା ଲକ୍ଷ୍ୟ ନେଇ ୨୦୦୬ ରେ ପତିଷ୍ଠା କରାଯାଇଥିଲା । ଏକ ସ୍ୱାଧିନ ଅନ୍‌ଲାଇନ୍ ପ୍ରକାଶକ ଭାବରେ ୱାନ୍ ଇଣ୍ଡିଆ ଦୁଇ ଦଶନ୍ଧି ଧରି ଇଂରାଜୀ ବ୍ୟତୀତ ହିନ୍ଦୀ, ତାମିଲ୍‌, ତେଲୁଗୁ, ମାଲାୟାଲମ୍‌, କନ୍ନଡ, ବେଙ୍ଗଲ, ଗୁଜୁରାଟୀ, ପଞ୍ଜାବୀ, ମରାଠୀ ଏବଂ ଓଡିଆରେ ୧୧ ଟି ଭାରତୀୟ ଭାଷାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ଖବର ପ୍ରଦାନ କରିଆସୁଛି । ଦେଶରେ ଇଂଗ୍ରାଜୀ ଭାଷା କହି ପାରୁ ନଥିବା ବହୁ ସଂଖ୍ୟକ ଅନ୍‌ଲାଇନ୍ ବ୍ୟବହାରକାରୀମାନଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ୱାନ୍‌ଇଣ୍ଡିଆ ଆରମ୍ଭ କରାଯାଇଥିଲା । କମ୍‌ସ୍କୋର୍ ଅନୁଯାୟୀ, ପ୍ରତି ୫ ଡିଜିଟାଲ ବ୍ୟବହାରକାରୀଙ୍କ ମଧ୍ୟରେ ୱାନ୍ ଇଣ୍ଡିଆ ପ୍ଲାଟଫର୍ମରେ ବିଷୟବସ୍ତୁ ଉବଭୋଗ କରୁଛନ୍ତି । ଆମର ପ୍ରାରମ୍ଭିକ ଆରମ୍ଭ, ସକ୍ରିୟତା, ଉତ୍ସାହ ଏବଂ ଦୂରଦୃଷ୍ଟି ଏକ ଧାରା ପ୍ରଦାନ କରିଥାଏ ଏବଂ ୱାନ ଇଣ୍ଡିଆକୁ ସ୍ଥାନୀୟ ଭାଷାରେ ପ୍ରତିଯୋଗିତାରୁ ଆଗରେ ରଖେ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking