32.1 C
Bhubaneswar
Saturday, September 28, 2024
Homeଓଡିଶାବୋଲେରୋ ଧକ୍କାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ବୋଲେରୋ ଧକ୍କାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ

କାମାକ୍ଷାନଗର: ବୋଲେରୋ ଧକ୍କାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ବୋଲି ସୂଚନା ମିଳିଛି । ଏଭଳି ଦୁଃଖଦ ଘଟଣା ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପୁର ବନଦୁର୍ଗା ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ ମାଟ୍ରିକ୍ ପାସ୍ କରିଥିବା ସାଙ୍ଗମାେନେ ଭୋଜି କରି ଫେରିବାବେଳ ଏହି ଅଘଟଣ ଘଟିଛି । ଗଛତଳେ ଛିଡ଼ା ହୋଇଥିବା ବେଳେ ଧକ୍କା ଦେଇଥିଲା ଏକ ବୋଲେରୋ ଗାଡ଼ି । ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟଲୋକେ ଉଦ୍ଧାର କରି ଢ଼େଙ୍କାନାଳ ମେଡିକାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣେ ଏବେବି ଚିକିତ୍ସାଧିନ ଅଛି । ଏ ନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking