28.1 C
Bhubaneswar
Sunday, September 29, 2024
Homeଓଡିଶାଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲେ ଦୁଇ ଟ୍ରେନ୍‌

ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲେ ଦୁଇ ଟ୍ରେନ୍‌

ଭୁବନେଶ୍ୱର : ବିଳାସପୁରରେ ଟଳିଲା ବଡ଼ ଅଘଟଣ । ଧକ୍କା ହେବାରୁ ଅଲ୍ପକେ ବର୍ତ୍ତିଲା ୨ଟି ଟ୍ରେନ୍‌ । ଗୋଟିଏ ଟ୍ରାକ୍‌ରେ ଦୁଇଟି ଟ୍ରେନ୍‌ ଏକା ସମୟରେ ଆସିବାରୁ ଏହି ଦୁର୍ଘଟଣା ହେବାର ସମ୍ଭାବନା ରହିଥିଲା । ହେଲେ ଅଳ୍ପକେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଛତିଶଗଡ଼ର ବିଳାସପୁର ନିକଟରେ ଏହି ଅଘଟଣ ଘଟିଥିବାବେଳେ ଅଳ୍ପକେ ଟଳିଛି ଦୁର୍ଘଟଣା । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆସୁଥିବା ସମୟରେ ଉଭୟଙ୍କୁ ଦେଖି ଟ୍ରେନ୍‌ ରହିଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଗୋଟିଏ ଟ୍ରାକ୍‌ରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଆସୁଥିବାବେଳେ ଅନ୍ୟପଟେ ଆଉ ଏକ ମାଲ୍‌ବାହୀ ଟ୍ରେନ୍‌ ଆସିଥିଲା । ହେଲେ ଉଭୟ ଟ୍ରେନ୍‌ ଦୂରରୁ ଏହା ଦେଖିବାପରେ ଟ୍ରେନ୍‌କୁ ଅଟକାଇଥିଲେ । ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking