ଫିରିଙ୍ଗିଆ : ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ ଗତ ୨ ତାରିଖ ରାତି ୯ ଟାରେ ଜାଜେସ ପଙ୍ଗା ଘାଟି ନିକଟରୁ ପରିସ୍ରା କରିବାକୁ ଯାଇ ନିଖୋଜ ହୋଇଥିବା ଘଟଣା ପରେ ଏହି ଘଟଣା ନୂଆ ମୋଡ଼ ନେଇଛି । ନିଜକୁ ନିଜର ପତିଆରା ଓ ଲୋକଙ୍କୁ ଭୁଆଁ ବୁଲାଇବାକୁ ନିଜେ ଉପାଧ୍ୟାକ୍ଷ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ନିଜେ ସ୍ୱୀକାର କରିଥିବା ବେଳେ ଏହି ଘଟଣା ର ପ୍ରକୃତ ରହସ୍ୟକୁ ଫିରିଙ୍ଗିଆ ପୁଲିସ ଗୁରୁତର ସହ ନେଇ ଦିନ ରାତି ପରିଶ୍ରମ କରି ଖୁଲାସା କରିଛି ।
ସୂଚନା ଅନୁସାରେ ଏହି ଘଟଣାରେ ସାରା ଫିରିଙ୍ଗିଆ ବ୍ଲକରେ ଚର୍ଚ୍ଚା ର ବିଷୟ ପାଲଟି ଭୟର ବାତାବରଣ ପାଲଟି ଥିବା ବେଳେ ପୁଲିସର ଉଦ୍ଧାର ପାଇଁ ନିଦ ହଜି ଯାଇଥିଲା । ବିଭିନ୍ନ ଜାଗାରେ ଉପାଧ୍ୟକ୍ଷ ଅଜିତ ସାହୁଙ୍କୁ ପୁଲିସ ଖୋଜିବାରେ ସାହାଯ୍ୟ କରୁନଥିବା ଅଭିଯୋଗ ହେଉଥିଲା । ପୁଲିସ କିନ୍ତୁ ସତ ଘଟଣାକୁ ଖୁଲାସା କରିଥିବା ବେଳେ ଆଜି ସଦର ଏସଡିପିଓ ସୁପ୍ରସନ ମଲିକ ଓ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଫିରିଙ୍ଗିଆ ଥାନାରେ ପ୍ରେସ ମିଟ କରି ସମସ୍ତ ସୂଚନା ଦେଇଛନ୍ତି । ପ୍ରକୃତ ଘଟଣା ସମ୍ପର୍କରେ ନିଜେ ଉପାଧ୍ୟାକ୍ଷ ସତ ଘଟଣାକୁ ପ୍ରେସ ମିଟ ରେ ସ୍ୱୀକାର କରିଛନ୍ତି ।
ସୂଚନା ଅନୁସାରେ ଘଟଣା ଦିନ ଉପାଧ୍ୟକ୍ଷ ଜାଜେସ ପଙ୍ଗା ଗାଁ କୁ ବରାଳ ଦେବୀ ପୂଜା ପାଇଁ ଅତିଥି ଭାବରେ ଯୋଗ ଦେବାକୁ ଯାଇ ନିଜେ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଜାଜେସ ପଙ୍ଗା ଘାଟି ପୂର୍ବରୁ ପୂର୍ବ ପ୍ରସ୍ତୁତି ଅନୁସାରେ ନିଜ ଗାଡ଼ିରେ ଚାବି ଏବଂ ମୋବାଇଲ ଛାଡି ନିଜର ଜଣେ ସାଙ୍ଗ ବୌଦ୍ଧ ଜିଲ୍ଲାର ଅଜିତ ରଣାଙ୍କ ସହାୟତାରେ ବରଘା ମୁଣ୍ଡା ବାଇକ ଯୋଗେ ଯାଇଥିଲେ । ପରେ କଣ୍ଟାମାଲ ଏବଂ ବାଲିଗୁଡା ର ସୁଡ୍ରା ଅଞ୍ଚଳକୁ ୨ ଜଣ ସାଥୀଙ୍କ ସହାୟତା ନେଇ ଅପହରଣ ନାଟକ ରଚିଥିଲେ । ଏହି ଘଟଣାରେ ଫିରିଙ୍ଗିଆ ପୋଲିସ ୬ ଜଣକୁ ଅଟକ ରଖି ଗୋଟିଏ କାର ୨ ଟି ବାଇକ ଜବତ କରିଥିବା ବେଳେ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରି ଥିବା ଜଣା ପଡିଛି ।