22.1 C
Bhubaneswar
Thursday, January 23, 2025
Homeଓଡିଶାଟ୍ରେନ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୭୫: ମୁଖ୍ୟ ଶାସନ ସଚିବ

ଟ୍ରେନ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୭୫: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରେଳ ଦୁର୍ଘଣାର ମୃତ୍ୟୁ ସଂଖ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ କହିଲେ ପ୍ରଦୀପ ଜେନା । ଗୋଟିଏ ଗୋଟିଏ ମୃତଦେହକୁ ୨ ଥର ଗଣିବା । ଅନ୍ୟାନ୍ୟ ଏରର ଯୋଗୁଁ ମୃତ୍ୟୁ ସଂଖ୍ୟା ସଠିକ୍ ନଥିଲା । ବାରମ୍ବାର ଯାଂଚ ପରେ ସଠିକ୍ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି ।

୨୭୫ ମୃତଦେହରୁ ୮୮ଟି ଚିହ୍ନଟ ହୋଇଥିବା ବେଳେ ୧୮୭ଟି ଚିନ୍ନଟ ହୋଇପାରିନାହିଁ । ଚିହ୍ନଟ ୮୮ ମୃତଦେହରୁ ୭୮ଟି ମୃତଦେହକୁ ହସ୍ତାନ୍ତର କରାଯାଇଛି । ଆଉ ୧୦ଟି ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ୧୮୭ ମୃତଦେହରୁ ୧୭୦ ମୃତଦେହ ଭୁବନେଶ୍ୱର ଅଣାଯାଇଛି । ବାକି ୧୭ଟି ମୃତଦେହ ଅଣାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ।

ଆହତଙ୍କ ଚିକିତ୍ସା ସହ ଘରକୁ ପଠାଇବା ବ୍ୟବସ୍ଥା । ମୃତଶରୀର ହସ୍ତାନ୍ତର ଭଳି ବିଭିନ୍ନ ଦିଗକୁ ନେଇ ଆଲୋଚନା ଚାଲିଥିବା ସୂଚନା ।  ରେଳ ଦୁର୍ଘଟଣାର ମୃତଦେହ ସମ୍ପର୍କରେ ଜାଣିବାକୁ ବିଏମସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏ ନେଇ ବିଏମସି ପକ୍ଷରୁ ହେଲ୍ପ ଲାଇନ୍ ନଂ- ୧୯୨୯ ଜାରି କରାଯାଇଛି। ହେଲ୍ପ ଲାଇନକୁ ଫୋନ୍ କରି ମୃତଦେହ ରଖାଯାଇଥିବା ସ୍ଥାନ ଜାଣିପାରିବେ ସମ୍ପର୍କୀୟ । ଭୁବନେଶ୍ୱରର ଏକାଧିକ ହସ୍ପିଟାଲରେ ୧୭୦ଟି ମୃତଦେହ ସଂରକ୍ଷିତ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking