ଭୁବନେଶ୍ୱର: ଟ୍ରେନ ଦୁର୍ଘଟଣାର କାରଣ ଜଣାପଡ଼ିଛି। ଯିିଏ ଦୋଷୀ ସେ ଦଣ୍ଡ ପାଇବେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ଏହି କଥାକୁ ଅତ୍ୟନ୍ତ ସ୍ପଷ୍ଟ ଭାବେ କହିଛନ୍ତି। ଏହାପରେ ଜଣାପଡ଼ିଛି ଯେ ବାହାନଗାରେ କରମଣ୍ତଳ ଦୁର୍ଘଟଣାଗସ୍ତ ହେବା ପରଠୁ ବାହାନଗା ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଏସବି ମହାନ୍ତି ଫେରାର ଅଛନ୍ତି। ଦୁର୍ଘଟଣା ଘଟିବା ଦିନ ଏସବି ମହାନ୍ତି ଷ୍ଟେସନ ଦାୟିତ୍ୱରେ ଥିଲେ। କିନ୍ତୁ ଦୁର୍ଘଟଣା ପରଠୁ ତାଙ୍କର କୌଣସି ଖୋଜ ଖବର ମିଳୁ ନାହିଁ। ଏବେ ଏହାକୁ ନେଇ ଜିଆରପି ଥାନାରେ ଏକ ମାମଲା ରୁଜୁ ହୋଇଛି।
ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ତଦନ୍ତ ଜାରି ରହିଛି, ଏକ ମିଳିତ ଯାଞ୍ଚ ଟିମ୍ ଦ୍ୱାରା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ କରମଣ୍ଡଳ ଏକ୍ସପ୍ରେସ୍ ମୁଖ୍ୟ ଲାଇନ୍ ପାଇଁ ଏକ ସ୍ପଷ୍ଟ ସଙ୍କେତ ପାଇଥିଲା କିନ୍ତୁ ଲୁପ୍ ଲାଇନ୍ ଉପରେ ଚାଲିଯାଇଥିଲା, ସେଠାରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ହୋଇଥିଲା।