ଲାହୋର: ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ଲସ୍କର ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଇଥିବା ତଥା ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷିତ ହଫିଜ୍ ଅବଦୁଲ ସଲାମ ଭୁଟ୍ଟାଭି ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ଏକ ଜେଲରେ ପ୍ରାଣ ହରାଇଥିବା ଜଣାପଡିଛି । ଆତଙ୍କବାଦୀ ସଂଗଠନ ପାଇଁ ପାଣ୍ଠି ଯୋଗାଣ ଅଭିଯୋଗରେ ପାକିସ୍ତାନର ଏକ ଅଦାଲତ ୨୦୨୦ରେ ହଫିଜ୍କୁ ୧୬ ବର୍ଷ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଥିଲେ ।
ଲସ୍କର-ଇ-ତୋଇବା ସଂଗଠନର ପ୍ରତିଷ୍ଠାତା ହଫିଜ ସୟିଦର ଡେପୁଟୀଭାବେ ଭୁଟ୍ଟାଭୀ କାର୍ଯ୍ୟ କରୁଥିଲା । ୭୭ ବର୍ଷୀୟ ଭୁଟ୍ଟାଭି ଛାତିରେ ଯନ୍ତ୍ରଣା ଅନୁଭବ କରିବାପରେ ତାକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ତେବେ ବାଟରେ ତା’ର ମୃତ୍ୟୁ ଘଟିସାରିଥିଲା । ଜାତିସଂଘ ପକ୍ଷରୁ ୨୦୧୨ ମାର୍ଚ୍ଚରେ ଭୁଟ୍ଟାଭିକୁ ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ କରାଯାଇଥିଲା ।