ଯାଜପୁର : ଯାଜପୁର ଆଜି ୨୮ ରିଖ ଆଜି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନ ଉଦଘାଟନ କରିବା ପରିପ୍ରେକ୍ଷୀରେ ବ୍ୟାସନଗର ସ୍ଥିତ ଗୋପବନ୍ଧୁ ପ୍ରତିମୂର୍ତ୍ତି ସମ୍ମୁଖ ରେ ମିଳିତ ଗଣସଂଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ରାଜ୍ୟ ଅଣସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ର ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି ଙ୍କ ସଭାପତତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ନାୟକ ଆଇ ଏନ୍ ଟି ୟୁ ସି ନେତା ନାରାୟଣ ଚନ୍ଦ୍ର ନାୟକ ନିରଞ୍ଜନ ପରିଡ଼ା ବିଶିଷ୍ଟ ସାମ୍ବାଦିକ ଓ କୋରାଇ ସଂଗ୍ରାମ ସମିତି ସମ୍ପାଦକ ଅଭିମନ୍ୟୁ ମିଶ୍ର ବରିଷ୍ଟ ଶିକ୍ଷାବିତ୍ ରାମଚନ୍ଦ୍ର ଦାଶ, ପ୍ରମୁଖ ଅଣସଂଗଠିତ ଶ୍ରମିକ କର୍ମଚାରୀ କଂଗ୍ରେସ ନେତା ପଦ୍ମନାଭ ନାୟକ ସେକ୍ ଅତାରୁଦ୍ଦିନ ଅଭିମନ୍ୟୁ ପାତ୍ର ସନ୍ତୋଷ ବରାଳ ବିଚିତ୍ର ମଲ୍ଲିକ ଲକ୍ଷ୍ମୀଧର ପାତ୍ର ଓ ସୁନମଣି ମୁଣ୍ଡା l ପ୍ରମୁଖ ବି ଜେ ପି ସରକାର କୁ ଦୃଢ଼ ସମାଲୋଚନା କରିବା ସହ ପ୍ରଦାନ ମନ୍ତ୍ରୀ ଜଣେ ଏକଛତ୍ରବାଦି ଭାବେ ପବିତ୍ର ଭାରତ ବର୍ଷ ର ସଂବିଧାନ କୁ ଖୋଲା ଖୋଲି ଉଲଂଘନ କରିବା ସହିତ ଶବରକର ଙ୍କ ର ଜନ୍ମ ଦିନରେ ନୂତନ ସଂସଦ ଭବନ ଉଦଘାଟନ ଏକ ସମ୍ପରକୀୟକତା ଶକ୍ତୀକୁ ଉଛାହିତ କରୁଥିବାରୁ ବକ୍ତା ମାନେ ଦୃଢ଼ ସମାଲୋଚନା କରିବା ସହିତ ଦେଶରେ ଅରାଜକତା ସୃଷ୍ଟି କରୀ କେନ୍ଦ୍ର ସରକାରକୁ କ୍ଷମତାରୁ ହଟାଇ ଦେଶର ସଂବିଧାନ କୁ ରକ୍ଷା ନିମନ୍ତେ ଆଜିର ଦିନକୁ କଳା ଦିବସ ଭାବେ ପାଳନ କରିବାକୁ ଆହ୍ବାନ ଦେଇଥିଲେ। ଶେଷର ବିଦ୍ୟାଧର ଜେନା ଧନ୍ୟବାଦ୍ ପ୍ରସ୍ତାବ ଆଗତ କରିଥିଲେ।