22.1 C
Bhubaneswar
Friday, January 10, 2025
Homeଓଡିଶାକୋଣାର୍କ ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ଅନୁଧ୍ୟାନ କଲେ ରାମଚଣ୍ଡୀ କୁସଭଦ୍ରା ନଦୀ ମୁହାଣ

କୋଣାର୍କ ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ଅନୁଧ୍ୟାନ କଲେ ରାମଚଣ୍ଡୀ କୁସଭଦ୍ରା ନଦୀ ମୁହାଣ

କୋଣାର୍କ : କୋଣାର୍କ ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍। ମହାନଦୀ ଟ୍ରିବ୍ୟୁନାଲ ବିଶେଷଜ୍ଞ କମିଟିର ୧୦ଜଣ ପ୍ରତିନିଧି କୋଣାର୍କ ଗସ୍ତରେ ଆସି ପ୍ରଥମେ ରାମଚଣ୍ଡୀ ଲୋଟସ ରିସଟରେ ପହଁଚିଥିଲେ। ଜଳସମ୍ପଦ ବିଭାଗ ଅତିରିକ୍ତ ଯନ୍ତ୍ରୀ ସଂଗ୍ରାମ ମହାନ୍ତି, ସଚିବ ସୁଦର୍ଶନ ସେଠି, ଉପଜିଲ୍ଲାପାଳ ଭାବତାରଣ ସାହୁ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ବିଭାଗୀୟ ଅଧିକାରୀ ସହିତ ପୋଲିସ ଅଧିକାରୀମାନେ କଡା ସୁରକ୍ଷାରେ କମିଟି ସଦସ୍ୟମାନଙ୍କୁ ମୁହାଣ ନିକଟକୁ ନେଇଥିଲେ।
ଏହି ବିଶେଷଜ୍ଞ କମିଟିରେ ସୁପ୍ରିମକୋର୍ଟର ୧୦ଜଣ ବିଚାରପତି କୁଶଭଦ୍ରା ମୁହାଣକୁ ଅନୁଧ୍ୟାନ କରିଥିଲେ । କମିଟି ସଦସ୍ୟମାନେ ଲୋଟସ ରିସଟରେ ମଧ୍ୟାହ୍ନ ଭୋଜନ କରି କିଛି ସମୟ ବିଶ୍ରାମ ନେବେ। ପରେ ଅପରାହ୍ନ ତିନିଟା ସମୟରେ ସୂର୍ଯ୍ୟ ମନ୍ଦିର, କଳା ସଂସ୍କୃତି ଓ ଭାସ୍କର୍ଯ୍ୟ ବୁଲି ଦେଖିବେ। ପରେ ସନ୍ଧ୍ୟା ଭୁବେନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking