ଦେବଗଡ଼: ଦେବଗଡ଼ ସ୍ୱତନ୍ତ୍ର ଉପ କାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିବା ଜଣେ ବନ୍ଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ବନ୍ଦୀ ରିଆମାଳ ଥାନା ଭିତରପଦ ଗ୍ରାମର କେଶବ କୁମୁରା । ୨୦୦୯ ମସିହା ନଭେମ୍ବର ୧୧ ତାରିଖ ଠାରୁ ହତ୍ୟା ମାମଲାରେ ବନ୍ଦୀ ଥିବା ବେଳେ ୨୦୧୦ ମସିହା ଅକ୍ଟୋବର ୮ ତାରିଖ ରେ ଆଜୀବନ ସଜା ଦେଇଥିଲେ କୋର୍ଟ ।
ପକ୍ଷାଘାତ ରୋଗରେ ପୀଡିତ ହୋଇ ସେ କାରାଗାରରେ ଚିକିତ୍ସାଧୀନ ଥିଲେ କେଶବ । ଗତକାଲି ସନ୍ଧ୍ୟାରେ ଗୁରୁତର ହେବାରୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜେଲ କର୍ତ୍ତୃପକ୍ଷ ଭର୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିବା ଜେଲ ଅଧିକ୍ଷକ ବିକାଶ ସାହୁ ସୂଚନା ଦେଇଛନ୍ତି ।