28.1 C
Bhubaneswar
Saturday, October 19, 2024
Homeଓଡିଶାତିନିରଥର ୨୫ ଗୋଟି ଚକ ନିର୍ମାଣ ଶେଷ

ତିନିରଥର ୨୫ ଗୋଟି ଚକ ନିର୍ମାଣ ଶେଷ

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରତ୍ନବେଦୀ ଛାଡ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଆସିବେ ମହାପ୍ରଭୁ । ଆଜି ରଥ ନିର୍ମାଣର ସପ୍ତଦଶ ତମ ଦିବସ । ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟା ମଧ୍ୟରେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଆଜି ମୋଟ ୧୮୭ ଜଣ ରଥ ନିର୍ମାଣକାରୀ ମାନେ ରଥଖଳାରେ ଉପସ୍ଥିତ ରହି ରଥ ନିର୍ମାଣ କାର୍ଯ୍ୟ କରିଥିଲେ । ଆଜି ସୁଦ୍ଧା ତିନିରଥର ୨୫ ଗୋଟି ଚକ ନିର୍ମାଣ ଶେଷ ହୋଇଯାଇଛି । ଏଥି ସହ ତାଳଧ୍ୱଜ ରଥ ଏବଂ ଦର୍ପଦଳନ ରଥ ର ଆଜି ସୁଦ୍ଧା ୮ ଗୋଟି ଲେଖାଁଏ ଚକ ନିର୍ମାଣ ସରିଥିବା ବେଳେ ନନ୍ଦିଘୋଷ ରଥର ଆଜି ସୁଧା ୯ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା ।

ଏହି ପରି ଆଜି ସୁଧା ତିନି ରଥର ମୋଟ ୨୫ ଗୋଟି ଚକ ନିର୍ମାଣ ଶେଷ ହୋଇଯାଇଛି । ତିନି ରଥର ଯୋକା ନିର୍ମାଣ ପାଇଁ ଆଜି ସୁଦ୍ଧା ତିନି ରଥ ଚାଳିକୁ ଆବଶ୍ୟକ ୧୨ ଫୁଟିଆ ଧଉରା କାଠ ରଥ ଆମୀନ ତିନି ରଥର ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇ ଦେଇଥିଲେ, ତାଳଧ୍ୱଜ ରଥର ୧୬ ଟି ରୁ ୮ ଟି ଜୋଖା ନିର୍ମାଣ ଶେଷ ହୋଇଛି, ଦର୍ପଦଳନ ରଥର ୧୨ ଟି ଜୋଖାରୁ ୭ ଟି ଏବଂ ନନ୍ଦିଘୋଷ ରଥର ୧୬ ଟି ଜୋଖାରୁ ୫ ଟି ଜୋଖାର ନିର୍ମାଣ ଶେଷ ହୋଇଯାଇଛି । ସୂଚନା ଥାଉ ଯେ, ଏହି ଯୋକା ରଥର ତଳ ଏବଂ ଉପର ପାର୍ଶ୍ୱ କୁ ମଜବୁତ କରି ବାନ୍ଧି ରଖିବା ପାଇଁ ପ୍ରତି କୋଣ ଗୁଜ ମାନଙ୍କରେ ଫିଟିଙ୍ଗ ହୋଇ ଉପର ପାର୍ଶ୍ୱ ପର୍ଯ୍ୟନ୍ତ ଲମ୍ବିଥାଏ ଏହା ଦ୍ୱାରା ରଥ ଉପର ଠେକେରା ବାଡ଼ ବୁଲିବାରେ ସହାୟତା କରିଥାଏ ।

ଆଜି ତାଜଧ୍ୱଜ ରଥର ଦୁଇଟି ପୋଲ ଗୟଳ ନିର୍ମାଣ ପାଇଁ ତାଳଧ୍ୱଜ ରଥ ମୁଖ୍ୟ ମହାରଣଙ୍କ ନିର୍ଦେଶରେ ରଥ ଆମୀନ ଭୋଇ ସେବକଙ୍କ ସହାୟତାରେ ଦୋଳବେଦୀ ଠାରେ କରତି ସେବକଙ୍କୁ ୪୦ ଫୁଟର ଧଉରା କାଠ ଯୋଗାଇଥିଲେ । କରତି ସେବକ ରଞ୍ଜିତ ମହାରଣାଙ୍କ ତତ୍ୱାବଧାନରେ ଗୟଳ କାଠକୁ ଚିରଟ ପୂର୍ବରୁ ଚିତା କାର୍ଯ୍ୟ କରୁଛନ୍ତି ତଥା ଚିରଟ ପରେ ତାଳଧ୍ୱଜ ରଥ ମହାରଣା ମାନେ ୯/୫ ସାଇଜର ଚଉପଟ କରି ପୋଲ ଗୟଳ ନିର୍ମାଣ କରିବେ ।

ସେହିପରି ତିନିରଥର ରୂପକାର ସେବକ ମାନେ ଗୁଜରେ ରୂପ ଖୋଦେଇ ଜାରୀ ରଖିବା ସହ ଶେଷ ହୋଇ ଥିବା ରୂପ ଗୁଡିକର ପଲିସ କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପଟେ ଦୋଳବେଦୀ ସ୍ଥିତ କମାର ଶାଳରେ ତିନିରଥର ଓଝା ବା କମାର ସେବକ ମାନେ ତୁମ୍ବ ରେ ବସିବା ପାଇଁ ପନ୍ଦାରି ଏବଂ ବଳା ନିର୍ମାଣ ସହ ତୁମ୍ବରୁ ପନ୍ଦାରି ଖସି ନଯିବା ପାଇଁ ପନ୍ଦାରି ଚାବି ନିର୍ମାଣ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking