27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶ‘ଦ କେରଳ ଷ୍ଟୋରି’ ବିବାଦ; ୧୨ରେ ସୁପ୍ରିମକୋର୍ଟରେ ଶୁଣାଣି

‘ଦ କେରଳ ଷ୍ଟୋରି’ ବିବାଦ; ୧୨ରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ବିବାଦୀୟ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’କୁ ନେଇ ଆଗତ ପିଟିସନଗୁଡିକର ଶୁଣାଣି ଆସନ୍ତା ୧୨ରେ ହେବ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି । ଏହି ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ ରୋକ୍ ଲଗାଇବାକୁ କେରଳ ହାଇକୋର୍ଟ ଚଳିତମାସ ୫ରେ ମନା କରିବାପରେ କ୍ଷୁବ୍ଧ ପକ୍ଷମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଥିସହିତ ଏହି ଚଳଚ୍ଚିତ୍ରକୁ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ବ୍ୟାନ୍ କରାଯାଇଥିବାରୁ ଏହାର ପ୍ରଯୋଜକ ମଧ୍ୟ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଛନ୍ତି ।

ଚଳଚ୍ଚିତ୍ରକୁ ବ୍ୟାପ୍ କରାଯାଇଥିବାରୁ ସେ ପ୍ରବଳ ଆର୍ôଥକ କ୍ଷତିର ସମ୍ମୁଖୀନ ହେଉଥିବା ପିଟିସନରେ ଉଲ୍ଲେଖ କରିଛନ୍ତି । ବୁଧବାର ଏହି ପିଟିସନଗୁଡିକର ଶୀଘ୍ର ଶୁଣାଣି ପାଇଁ ଦାବି କରାଯାଇଥିଲା । ତେବେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ୧୨କୁ ଧାର୍ଯ୍ୟ କରିଛନ୍ତି । ସେନ୍‌ସର ବୋର୍ଡ ସ୍ୱୀକୃତିପ୍ରାପ୍ତ ଚଳଚ୍ଚିତ୍ରର ପ୍ରଦର୍ଶନକୁ କୌଣସି ରାଜ୍ୟ ସରକାର ବନ୍ଦ କରିପାରିବେ ନାହିଁ ବୋଲି ପ୍ରଯୋଜକଙ୍କ ଓକିଲ ଖଣ୍ଡପୀଠକୁ ଜଣାଇଛନ୍ତି ।

ଏଭଳି ବ୍ୟାନ୍ ଦ୍ୱାରା ସମ୍ବିଧାନର ଧାରା ୧୯(୧)(କ) ଉଲ୍ଲଘଂନ କରାଯାଉଥିବା ସେ ଦର୍ଶାଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଯୋଜକଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ପଶ୍ଚିମବଙ୍ଗ ଓ ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମଧ୍ୟ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking