28.1 C
Bhubaneswar
Friday, October 18, 2024
Homeଅପରାଧକୈଫି ଖାନର ରିମାଣ୍ଡ ଅବଧି ଶେଷ; ୫ ଏଲ୍‌ଆଇସି ବଣ୍ଡ, ୯୫ ସାହାରା ଇଣ୍ଡିଆ ଜମା...

କୈଫି ଖାନର ରିମାଣ୍ଡ ଅବଧି ଶେଷ; ୫ ଏଲ୍‌ଆଇସି ବଣ୍ଡ, ୯୫ ସାହାରା ଇଣ୍ଡିଆ ଜମା ଅଚଳ

କଟକ: ଭଣ୍ଡ ତାନ୍ତ୍ରିକ ମୌଲାନା କୈଫି ଖାନ୍‌ର ରିମାଣ୍ଡ ଆଜି ଶେଷ ହୋଇଛି । କୈଫି ନାମରେ ରୁଜୁ ହୋଇଥିବା ୬ଟି ମାମଲା ଅନୁଯାୟୀ ବିଭିନ୍ନ ଜିଲାର ବହୁ ଲୋକଙ୍କଠାରୁ ୧ କୋଟି ୧୩ ଲକ୍ଷ ୯୫ ହଜାର ଠକେଇ କରିଛି । ଅପରପକ୍ଷରେ ପୁଲିସ ନଗଦ ଟଙ୍କା ସହ ୯୧ ଲକ୍ଷ ୮୨ ହଜାର ଟଙ୍କାର ସମ୍ପତ୍ତି ଜବତ କରିଛି । ତନ୍ମଧ୍ୟରେ ସାହାରା ଇଣ୍ଡିଆର ୯୫ଟି ଏଫ୍‌ଡି, ଆର୍‌ଡି ଆକାଉଣ୍ଟରେ ଥିବା ୨୯ ଲକ୍ଷ ୫୬ ହଜାର ଓ ୫ଟି ଏଲ୍‌ଆଇସି ପଲିସି ବଣ୍ଡରେ ୧୨ ଲକ୍ଷ ଟଙ୍କାକୁ ଅଚଳ କରିଦିଆଯାଇଛି । ମଙ୍ଗଳାବାଗ ଥାନା ପୁଲିସ ସ୍ଥାନୀୟ ଜେଏମ୍‌ଏଫ୍‌ସି କୋର୍ଟରେ କୈଫିଙ୍କୁ ଆଜି ହାଜର କରାଇଛି । ପୋଲିସ ସୂଚନା ଅନୁସାରେ, ରାଣୀହାଟ ବଜାରର ଶର୍ମିଲା ସେନ୍‌ଙ୍କଠାରୁ ୬୨ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ସେ କୈଫିଙ୍କ ନାମରେ ଏପ୍ରିଲ ୨୬ ତାରିଖରେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ ।

ପୋଲିସ କେସ୍ ନଂ ୧୧୪/୨୦୨୩ ରୁଜୁ କରି ଅଭିଯୁକ୍ତ କୈଫିଙ୍କୁ ପରଦିନ ଗିରଫ ପରେ କୋର୍ଟ ଚାଲାଣ କରିଥିଲା । ଏ ଘଟଣା ପ୍ରଚାରିତ ହେବା ପରେ କୈଫି ଦ୍ୱାରା ଠକେଇର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ଏତଲା ଦେଇଛନ୍ତି । ସଦର ଥାନାରେ ଗୋଟିଏ ଓ ମଙ୍ଗଳାବାଗ ଥାନାରେ ୫ଟି ମିଶି ମୋଟ ୬ଟି ମାମଲା ରୁଜୁ ହୋଇଛି । ମନ୍ତ୍ର, ତନ୍ତ୍ର ଦ୍ୱାରା ଘରୁ ଭୂତ ତଡ଼ିବା ଓ ମାଟି ତଳୁ ଗୁପ୍ତ ଧନ ପ୍ରାପ୍ତ କରିବାର ଆଶା ଦେଖାଇ କୈଫି କରିଥିବା କାରନାମାଗୁଡ଼ିକର ପର୍ଦ୍ଦାଫାସ୍ ନିମନ୍ତେ ପୁଲିସ ଜେଏମ୍‌ଏଫ୍‌ସି କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରିଥିଲା । ମେ ୩ ତାରିଖରୁ ୬ ତାରିଖ ଯାଏ ୪ ଦିନ ପାଇଁ ରିମାଣ୍ଡରେ କୈଫିଙ୍କୁ ପୁଲିସ ଆଣିଥିଲା ।

ଏହି ରିମାଣ୍ଡ ସମୟ ମଧ୍ୟରେ ପୁଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା । ଗୋଟିଏ ମାମଲାରେ ଚାକିରି କରାଇଦେବେ ଅଭିଯୋଗ ଥିବା ବେଳେ ଅନ୍ୟ ସମସ୍ତ ମାମଲାରେ ଭୂତ ତଡ଼ିବା ଓ ଗୁପ୍ତଧନ ପାଇବାର ଆଶା ଦେଖାଇ ସେ ଲୋକଙ୍କୁ ମୋହିତ କରୁଥିଲେ । ତେବେ ପୋଲିସ ୪ ଦିନର ରିମାଣ୍ଡ ସମୟରେ କୈଫି ଠକେଇ କରିଥିବା ଟଙ୍କା ସମ୍ପର୍କରେ ଖୋଳତାଡ଼ କରିଥିଲା । ଜେରା ବେଳେ ସେ ଅର୍ଜନ କରିଥିବା ସବୁ ଠକେଇ ଅର୍ଥ ସମ୍ପର୍କରେ ପୁଲିସ୍‌କୁ ସୂଚନା ଦେଇଥିଲା । ସେଥିରେ ସାହାରା ଇଣ୍ଡିଆର ଫିକ୍ସଡ୍ ଡିପୋଜିଟ୍ ଓ ଆର୍‌ଡି ଆକାଉଣ୍ଟ, ବିଭିନ୍ନ ଜାତୀୟକରଣ ବ୍ୟାଙ୍କରେ ଜମା କରିବା ସହ ଏଲ୍‌ଆଇସି ବୀମା ପଲିସି, ସେୟାର ମାର୍କେଟ,ଗହଣା, ଦାମୀ କାର୍‌, ମୋଟର ସାଇକେଲ କିଣା ଓ ମୋବାଇଲ ଦୋକାନ ବ୍ୟବସାୟରେ ବିପୁଳ ଅର୍ଥ ଲଗାଇଥିବା ଜଣାପଡ଼ିଥିଲା । ଏପରିକି ବିମାନ ଯାତ୍ରା କରି ଦେଶର ବହୁ ମେଟ୍ରୋ ସହରକୁ ଭ୍ରମଣ କରିବା ତାର ସଉକ ଥିଲା । କୈଫିଠାରୁ ଗୋଟିଏ ୱାଗନର କାର୍‌, ଗୋଟିଏ ଆର-୍‌୧୫ ୟମହା ମୋଟର ସାଇକେଲ ଓ ଗୋଟିଏ ଆକ୍ଟିଭା ସ୍କୁଟି ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking