25.1 C
Bhubaneswar
Friday, December 27, 2024
Homeଦେଶ ବିଦେଶଗ୍ରୀଷ୍ମ ଋତୁରେ ପିଅନ୍ତୁ ନାହିଁ ଥଣ୍ଡା ପାଣି...ନଚେତ ହୋଇପାରେ ଏହିଭଳି ରୋଗ.....

ଗ୍ରୀଷ୍ମ ଋତୁରେ ପିଅନ୍ତୁ ନାହିଁ ଥଣ୍ଡା ପାଣି…ନଚେତ ହୋଇପାରେ ଏହିଭଳି ରୋଗ…..

ନୂଆଦିଲ୍ଲୀ: ଖରାଦିନ ଆସିଲା ମାତ୍ରେ ପ୍ରବଳ ଗରମ ପବନ ବୋହିବା ଆରମ୍ଭ ହୋଇଯାଏ । ଗରମକୁ ସହ୍ୟ ନକରି ପାରି ପ୍ରାୟତଃ ସବୁ ଲୋକ ଥଣ୍ଟା ପାଣି ପିଇବା ଆରମ୍ଭ କରିଦେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି କିଛି ସମୟ ପାଟିକୁ ଶାନ୍ତି ଦେଉଥିବା ଏହି ଥଣ୍ଡା ପାଣି  ଶରୀର ପାଇଁ କେତେ ହାନିକାରକ ସାବ୍ୟସ୍ତ ହୋଇପାରେ । ତେବେ ଆସନ୍ତୁ ଜାଣିବା ଥଣ୍ଡାପାଣି ପିଇବା ଦ୍ୱାରା କେଉଁ ପ୍ରକାର ରୋଗର ଆପଣ ଶିକାର ହେବେ । ଗରମରେ ଥଣ୍ଡା ପାନୀୟ ପିଇବା ମହଙ୍ଗା ପଡିପାରେ! ଆପଣ ମଧ୍ୟ ଅତ୍ୟଧିକ ଥଣ୍ଡାପାଣି ପିଉଥିଲେ ସତର୍କ ହୋଇଯାଆନ୍ତୁ ।

ଫ୍ରିଜ୍ ପାଣି ଶରିର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ କାରଣ ଫ୍ରିଜରେ ପାଣି ସାଧାରଣ ତାପମାତ୍ରାରୁ କୃତ୍ରିମ ଉପାୟରେ ଥଣ୍ଡା ହୋଇଥାଏ । ଏହି ଥଣ୍ଡା ହୋଇଥିବା ପାଣିକୁ ଶରୀର ସହଜରେ ଗ୍ରହଣ କରି ପାରେନାହିଁ, । ଯାହାକି ଶରୀରକୁ ଗଲାପରେ କ୍ଷତି ପହଞ୍ଚାଇଥାଏ । ଥଣ୍ଡା ପାଣି ପିଇବା ଦ୍ଵାରା ଶରୀରରେ କୋଷ୍ଠକାଠିନ୍ୟ ଦେଖାଦେଇଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରର ପୁରା ସିଷ୍ଟମ ବିଗିଡି ଯାଇଥାଏ । ଆୟୁର୍ବେଦରେ କୋଷ୍ଠକାଠିନ୍ୟକୁ ସମସ୍ତ ରୋଗର ମୂଳ ବୋଲି କୁହାଯାଇଛି ।

ହଜମ ପ୍ରକ୍ରିୟାରେ ଅସୁବିଧା ଉପୁଜେ : ଅଧିକତର ଥଣ୍ଡାପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଅସୁବିଧା ଉପୁଜେ । ଏହା ଏପରି ହେବା କାରଣ ଥଣ୍ଡାପାଣି ଦ୍ୱାରା ରକ୍ତ କଣିକା ସଙ୍କୁଚିତ ହୋଇଯାଏ । ଏହି କାରଣରୁ ପେଟରେ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ପହଞ୍ଚିପାରେ ନାହିଁ । ଯାହାଦ୍ୱାରା ଖାଦ୍ୟ ହଜମ ହେବାକୁ ବହୁତ ସମୟ ଲାଗିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking