27.1 C
Bhubaneswar
Saturday, October 19, 2024
Homeଓଡିଶାଡାକ୍ତରୀ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ୫୨ ଲକ୍ଷ ଟଙ୍କା ଠକେଇ

ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ୫୨ ଲକ୍ଷ ଟଙ୍କା ଠକେଇ

କଟକ: ଡକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ୫୨ ଲକ୍ଷ ୨୭ ହଜାର ଟଙ୍କା ଠକେଇ ହୋଇଛି । ମହାନଦୀ ବିହାରର ଜଣେ ମହିଳାଙ୍କଠାରୁ ଏହି ଠକେଇ କରିବା ଅଭିଯୋଗରେ ଚାଉଳିଆଗଞ୍ଜ ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ମହାନଦୀବିହାରର ହେମନ୍ତ କୁମାର ଜେନା ଓ ଜଗତସିଂହପୁର ଜିଲା ନୂଆଗାଁ ଭଟଣା ଅଞ୍ଚଳର ବିକାଶ କୁମାର ଜେନା ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରିଣୀଙ୍କ କନ୍ୟା୨୦୨୨ ନିଟ୍ ପ୍ରବେଶିକା ପରୀକ୍ଷାରେ୨୫୫ ନମ୍ବର ରଖିଥିଲେ । ପରିବାର ପକ୍ଷରୁ ବାଙ୍ଗାଲୋରଠାରେ ଥିବା ଏକ ମେଡିକାଲ କଲେଜରେ ଝିଅକୁ ଡାକ୍ତରୀ ପାଠ ପଢ଼ାଇବା ନିମନ୍ତେ ଚେଷ୍ଟା କରାଯାଉଥିଲା । ଏହି ସମୟରେ ତାଙ୍କ ପଡ଼ୋଶୀ ହେମନ୍ତ କୁମାର ଜେନା ତାଙ୍କୁ ନାମଲେଖା ନିମନ୍ତେ ନିଶ୍ଚିତ କରାଇଲେ । ଓଜେଇଇ ନାମ ଲେଖା ଷ୍ଟାଫ୍‌ଙ୍କ ସହିତ ସମ୍ପର୍କ ଥିବା କହି ସେ ନିଶ୍ଚିତ ଭାବେ ଭୁବନେଶ୍ୱର ହାଇଟେକ ମେଡିକାଲ କଲେଜ କିମ୍ବା ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ନାମ ଲେଖାଇ ଦେଇପାରିବେ ବୋଲି ହେମନ୍ତ କହିଥିଲେ ।

ସେ ବିକାଶ ସହ ମିଶି ବିଶ୍ୱାସ ବିଭିନ୍ନ ନକଲି କାଗଜପତ୍ର ଦେଖାଇ ହେମନ୍ତ ୫୨ ଲକ୍ଷ ୨୭ ହଜାର ଟଙ୍କା ମହିଳାଙ୍କ ଠାରୁ ଠକି ନେଇଥିଲେ । ହେଲେ ନାମ ଲେଖା ନେଇ ମହିଳାଙ୍କ ମନରେ ସନ୍ଦେହ ଉପୁଜିବାରେ ସେ ଟଙ୍କା ଫେରସ୍ତ କରିବାକୁ କହିଥିଲେ । ହେଲେ ଉଭୟ ଅଭିଯୁକ୍ତ ପଇସା ଫେରାଇବାକୁ ମନା କରିବା ସହ ବିଭିନ୍ନ ଧମକ ଦେଇଥିଲେ । ଏଣୁ ମହିଳା ଜଣକ ଥାନାରେ ଏତଲାଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking