ଛତିଶଗଡ: ଛତିଶଗଡରେ ମାଓ ହମଲା ପରେ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ ଜାରି । ବରଗଡ ଓ କଳାହାଣ୍ଡିରେ ମଧ୍ୟ ହାଇଆଲର୍ଟ ଜାରି ସୂଚନା । ହାଇଆଲର୍ଟ ଜାରି ସହ ସବୁ ସୀମାନ୍ତ ଜିଲ୍ଲାକୁ ସିଲ୍ କରାଯାଇଛି । ଏନେଇ ଏଡିଜି ଅପରେସନ ଅମିତାଭ ଠାକୁରଙ୍କ ସୂଚନା । ଆମ ରାଜ୍ୟକୁ ୯୦% ମାଓବାଦୀ ଛତିଶଗଡରୁ ହିଁ ଆସିଥାନ୍ତି ।
ସେମାନଙ୍କ ପ୍ରବେଶ ଅଟକାଇବାକୁ ସୀମାନ୍ତ ଜିଲ୍ଲାକୁ ସିଲ୍ କରାଯାଇଛି । ସୀମାନ୍ତ ଜିଲ୍ଲାର ଏସପିଙ୍କ ସହ ଭିସିରେ ସ୍ଥିତି ଅନୁଧ୍ୟାନ କରାଯାଉଛି । ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ଶୋଷଣ କରାଯାଉଛି । ଆତ୍ମସମର୍ପଣ କରୁଥିବା ସବୁ ମହିଳା ମାଓବାଦୀ ଏହିଭଳି କଥା କହୁଛନ୍ତି ।