16.1 C
Bhubaneswar
Thursday, January 9, 2025
Homeଓଡିଶାମେ ମାସରେ ବଢିପାରେ ଖରା !

ମେ ମାସରେ ବଢିପାରେ ଖରା !

ଭୁବନେଶ୍ୱର: ତାତିବ ଓଡ଼ିଶା, ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା । ମେ ମାସରେ ତାପମାତ୍ରା ଓ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଆକଳନ ଅନୁସାରେ, ମେ ମାସରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ।

ଖାଲି ଓଡ଼ିଶା ନୁହେଁ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ଅଧିକ ରହିବ । ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଗ୍ୟାଙ୍ଗେଟିକ୍ ପଶ୍ଚିମବଙ୍ଗ, ପୂର୍ବ ଉତ୍ତରପ୍ରଦେଶ, ଉପକୂଳ ଆନ୍ଧ୍ରପ୍ରଦେଶ ସହ ଉତ୍ତର ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ, ତେଲଙ୍ଗାନା ଓ ଗୁଜରାଟ ଉପକୂଳରେ ମେ ମାସରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ।

ଏହି ସମୟରେ ବର୍ଷାର ହାରାହାରି ପରିମାଣ ୯୧ରୁ ୧୦୯ ପ୍ରତିଶତ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ମେ ୨ ତାରିଖ ଯାଏ କାଳବୈଶାଖ ପ୍ରଭାବ ରହିବ । ଏନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking