32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଆବଶ୍ୟକତା ଠାରୁ ଅଧିକ ଲେମ୍ବୁ ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ....

ଆବଶ୍ୟକତା ଠାରୁ ଅଧିକ ଲେମ୍ବୁ ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ….

ନୂଆଦିଲ୍ଲୀ: ଖରାଦିନେ ସାଧାରଣତଃ ଲେମ୍ବୁ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି କୁହାଯାଏ। ଅଧିକାଂଶ ଲୋକେ ଏହାକୁ ପିଇବାକୁ ପସନ୍ଦ ମଧ୍ୟ କରିଥାଆନ୍ତି। ଏହା ଶରୀରରେ ଜଳୀୟଅଂଶର ଅଭାବକୁ ଦୂର କରିବାରେ ବେଶ ସହାୟକ ହୋଇଥାଏ। ଲେମ୍ବୁରେ ଭିଟାମିନ ସି, ଭିଟାମିନ ଇ, ଭିଟାମିନ ବି-୬ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେଳେ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ..

ଅନେକ ଥର ଶୁଣିଥିବେ ଖାଲି ପେଟରେ ମହୁ ସହ ଲେମ୍ବୁ ପାଣିର ସେବନ କରିବା ଦ୍ୱାରା ପାଚନ ପ୍ରକ୍ରି୍ରୟା ଉତ୍ତମ ହେବା ପାଇଁ ସହାୟକ ହୋଇଥାଏ। ମାତ୍ର ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଏହାର ସେବନ ଦ୍ୱାରା ପେଟ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ୱାରା ପେଟରେ ଯନ୍ତ୍ରଣା ହୋଇଥାଏ।

ଅଧିକ ମାତ୍ରାରେ ଲେମ୍ବୁ ପାଣିର ସେବନ ଦ୍ୱାରା ଦାନ୍ତରେ ଝିମ୍‌‌ଝିମ୍‌‌ ଅନୁଭବ ହୋଇଥାଏ। ଦାନ୍ତ ଉପରେ ମଧ୍ୟ କୁପ୍ରଭାବ ପକାଇବା ସହ ଦାନ୍ତ ଶୀଘ୍ର ନଷ୍ଟ ହେବାର ସମ୍ଭାବନା ଥାଏ।

ସେହିପରି ଲେମ୍ବୁ ରସକୁ ସିଧାସଳଖ କେଶରେ ଲଗାନ୍ତୁ ନାହିଁ। ଏହା କେଶକୁ ଶୁଷ୍କ କରିବା ସହ ଧଳାକେଶର କାରଣ ମଧ୍ୟ ପାଲଟିଥାଏ। ଅନେକ ସମୟରେ ରୂପି ସମସ୍ୟାକୁ ରକ୍ଷା ପାଇବା ପାଇଁ ଲେମ୍ବୁ ରସ ସିଧାସଳଖ କେଶରେ ଲଗାଇ ଥାଆନ୍ତି। ମାତ୍ର ଏହାକୁ ସିଧାସଳଖ ବଦଳରେ ତେଲରେ ଏହାକୁ ଅଳ୍ପ ପରିମାଣରେ ମିଶାଇ ବ୍ୟବହାର କରିପାରିବେ।

ନିୟମିତ ଅଧିକ ପରିମାଣରେ ଲେମ୍ବୁ ପାଣିର ସେବନ କରିବା ଦ୍ୱାରା ତ୍ୱଚା ଶୁଷ୍କ ହୋଇଥାଏ। ଆବଶ୍ୟକତା ଠାରୁ ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ବାରମ୍ବାର ପରିଶ୍ରା ଲାଗିଥାଏ। ଏହାସହ ଜଳୀୟଅଂଶର ଅଭାବ ମଧ୍ୟ ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking