25.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶଦିଲ୍ଲୀର ସାକେତ୍ କୋର୍ଟରେ ମହିଳାଙ୍କୁ ଗୁଳି

ଦିଲ୍ଲୀର ସାକେତ୍ କୋର୍ଟରେ ମହିଳାଙ୍କୁ ଗୁଳି

ନୂଆଦିଲ୍ଲୀ: ଦିଲ୍ଲୀର ସାକେତ୍ କୋର୍ଟରେ ଶୁକ୍ରବାର ଜଣେ ମହିଳାଙ୍କ ଉପରକୁ ଫାୟାରିଂ ହୋଇଛି । ଚାରି ରାଉଣ୍ଡ୍ ମଧ୍ୟରୁ ମହିଳାଙ୍କ ପେଟ ଏବଂ ହାତରେ ଦୁଇଟି ଗୁଳି ବାଜିଛି । କେତେକ ଓକିଲଙ୍କ ସହାୟତାରେ ପୁଲିସ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରିଥିଲା । ଫାଇନାନ୍‌ସିଆଲ୍ ବିବାଦ ସମ୍ପର୍କିତ ଏକ ମାମଲର ଶୁଣାଣି ପାଇଁ ମହିଳା ଜଣକ କୋର୍ଟକୁ ଆସିଥିଲେ । ଘଟଣା ଲୟର୍ସ ବ୍ଲକ୍ ବାହାରେ ହୋଇଛି ।

ଘଟଣାସ୍ଥଳରେ ଫେରାର ହୋଇଯାଇଥିବା ଆକ୍ରମଣକାରୀକୁ ଦିଲ୍ଲୀ ପୁଲିସ ଗିରଫ କରିଛି । ଗିରଫ ବ୍ୟକ୍ତି କାମେଶ୍ୱର ପ୍ରସାଦ ସିଂହ ଓରଫ ବିନୋଦ ସିଂହ ଜଣେ ଓକିଲ ହୋଇଥିବା ବେଳେ ବାର୍ କାଉନ୍‌ସିଲ୍ ତାଙ୍କୁ ଏକ ମାମଲାରେ ନିଲମ୍ବିତ କରିଥିଲା । କୁହାଯାଉଛି ଆକ୍ରମଣକାରୀ ଓକିଲ ସମ୍ପୃକ୍ତ ମହିଳାଙ୍କୁ ୨୫ ଲକ୍ଷ ଟଙ୍କା ଦେଇଥିଲେ ।

ପରେ ମହିଳା ଜଣକ ତାହା ଫେରାଇବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ । ଅନ୍ୟପକ୍ଷରେ ମହିଳାଙ୍କ ସ୍ୱାମୀ କହିଛନ୍ତି, କାମେଶ୍ୱର ନାମକ ଜଣେ ବ୍ୟକ୍ତି ତାଙ୍କଠାରୁ ଅର୍ଥ ଆଦାୟ ପାଇଁ ଉଦ୍ୟମ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking