24.1 C
Bhubaneswar
Thursday, November 14, 2024
Homeଓଡିଶାଆହୁରି ୩ ଦିନ ହେବ ପ୍ରବଳ ଖରା

ଆହୁରି ୩ ଦିନ ହେବ ପ୍ରବଳ ଖରା

ଭୁବନେଶ୍ବର : ପୂର୍ବପରି ଗୁରୁବାର ମଧ୍ୟ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ୨୮ସହରରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଊର୍ଦ୍ଧ୍ବ ରେକର୍ଡ ହୋଇଛି। ଗୁରୁବାର ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା ୪୩.୯ଡିଗ୍ରୀ ରେକର୍ଡ଼ ହୋଇଛି। ତାତିରୁ ବର୍ତ୍ତିନାହିଁ ଭୁବନେଶ୍ବର, ତାଳଚେର ଏବଂ କେନ୍ଦ୍ରାପଡ଼ା।

ଏହି ତିନି ସହରରେ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ଛୁଇଁଥିବାରୁ ନିଆଁ ବର୍ଷିଥିଲା। ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୪୩.୨ଡିଗ୍ରୀ, ତାଳଚେର ଏବଂ କେନ୍ଦ୍ରାପଡ଼ାରେ ୪୩ ଡିଗ୍ରୀ ଲେଖାଏଁ ରହିଥିଲା। ଆକାଶରୁ ଅଗ୍ନିବର୍ଷା ଦ୍ବାରା ଜୀବନ ଯାତ୍ରା ପ୍ରଭାବିତ ହେଉଛି। ତେବେ ୨୨ ତାରିଖ ପରେ ପାଗରେ ଆସିପାରେ ପରିବର୍ତ୍ତନ। ୩ଦିନ ଧରି କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ଗ୍ରୀଷ୍ମ ପ୍ରବାହରୁ ଆଶ୍ବସ୍ତି ମିଳିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking