27.1 C
Bhubaneswar
Saturday, October 19, 2024
Homeଅପରାଧପୁଣି ଦୋଷୀ ସାବ୍ୟସ୍ତ ହେଲେ ନିଶା ବେପାରୀ ବିଜୟ ମାଣିଆ

ପୁଣି ଦୋଷୀ ସାବ୍ୟସ୍ତ ହେଲେ ନିଶା ବେପାରୀ ବିଜୟ ମାଣିଆ

ଭୁବନେଶ୍ୱର: ପୂର୍ବରୁ ନିଶା କାରବାର ମାମଲାରେ ନିଶା ବେପାରି ବିଜୟ ମାଣିଆ ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ ଜେଲ ଦଣ୍ଡ କାଟୁଛନ୍ତି । ଆଜି ତାଙ୍କୁ ଅନ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ନିଶା କାରବାର ମାମଲାରେ କୋର୍ଟରେ ହାଜର ବେଳେ ବିଜୟ ଫେରାର ହୋଇଯାଇଥିଲେ । ଏସ୍‌କଟ୍ ପାର୍ଟିୀଙ୍କୁ ଧକ୍କା ଦେଇ ଫୋରାର ହେବାରୁ ତାଙ୍କ ବିରୋଧରେ ପୁଲିସ ପକ୍ଷରୁ ବଡ଼ଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ ତାଙ୍କ ବିରୋଧରେ ରାୟ ପ୍ରକାଶ କରିବା ସହ ସଜା ଶୁଣାଇଛନ୍ତି । ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ମାଜିଷ୍ଟ୍ରେଟଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତକରିଛନ୍ତିଏବଂଏକ ବର୍ଷପାଇଁକଠୋର କାରାଦଣ୍ଡ ଏବଂ୨୦୦୦/-ଟଙ୍କା ଜୋରିମାନାଦେବାକୁପଡିବ, ଜୋରିମାନା ଖିଲାପ କରିଲେ ଆଇପିସିର୩୩୨ ଧରା ଅନୁଯାୟୀ ଦୁଇମାସପାଇଁକଠୋର କାରାଦଣ୍ଡର ନିର୍ଦ୍ଧେଶ ଦେଇକାନ୍ତି, ସେହିପରି ଛଅ ମାସପାଇଁକଠୋର କାରାଦଣ୍ଡ ଏବଂ ୧୦୦୦/- ଟଙ୍କା ଜୋରିମାନା, ଜୋରିମାନା ଖିଲାପ କରିଲେ ଆଇପିସିର୩୫୩ ଧରାଅନୁଯାୟୀ ୧ ମାସ ଅବଧିର କଠୋର କାରାଦଣ୍ଡନିର୍ଦ୍ଧେଶ ଦେଇଛନ୍ତି ଏବଂ ଛଅ ମାସପାଇଁକଠୋର କାରାଦଣ୍ଡ ଏବଂ ୧୦୦୦/- ଟଙ୍କା ଜୋରିମାନା, ଜୋରିମାନା ଖିଲାପ କରିଲେ ଆଇପିସିର ୨୨୪ ଧରାଅନୁଯାୟୀ ୧ ମାସ ଅବଧିର କଠୋର କାରାଦଣ୍ଡ ନିର୍ଦ୍ଧେଶ ଦେଇଛନ୍ତି ।

ଉପରୋକ୍ତସମସ୍ତଦଣ୍ଡ ଏକକାଳୀନଲାଗୁ ହେବ । ସୂଚନାଯୋଗ୍ୟ ୨୦୨୦ ମସିହା ସେପ୍ଟେମ୍ବର ୧୧ ତାରିଖରେ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ ବାଲିପାଟଣା ପଦ୍ମପୁର ଅଞ୍ଚଳରେ ଚଢାଉ କରିଥିଲା । ବିଜୟଙ୍କୁ ୧୦୫ ଗଞ୍ଜେଇ ସହ ଜବତ କରିଥିଲା । ପରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା । ଏଲ.ଡି. ୩ୟ ଅତିତିକ୍ତ ସେସନ୍ସ ଜଜ୍‌, ଭୁବନେଶ୍ୱର କୋର୍ଟରେ ତାଙ୍କ ମାମଲାର ଶୁଣାଣି ହେଉଥିଲା । ହେଲେ ୨୫.୦୬.୨୦୨୨ରେ ବିଜୟ ମଣିଆଙ୍କ ନାମରେ ଥିବା ମାମଲାର ଶୁଣାଣି ଥିବାରୁ ଏସକର୍ଟ ଟୀମ ତାଙ୍କୁ କୋର୍ଟରେ ହାଜର କରାଇଥିଲା । ଉକ୍ତ କୋର୍ଟରେ ହାଜର ହେବ ପରେ ସେଠାରେ ବିଜୟ କୁମାର ମଣିଆଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ବିଜୟ ଦୋଷୀ ସାବ୍ୟସ୍ତ ହେବା ପରେ ଏସକର୍ଟ ଟୀମଙ୍କୁ ଧକ୍କା ଦେଇଘଟଣାସ୍ଥଳରୁ ପଳାଇ ଯାଇଥିଲେ । ପରେ ପୁଲିସ ଅଭିଯୁକ୍ତଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲା । ଏହି ମାମଲାକୁ ସରକାରଙ୍କ ତରଫରୁ ଶ୍ରୀ ବିଶ୍ୱରଞ୍ଜନ ରାଉତ ଏବଂ ଶ୍ରୀ ସୁଶାନ୍ତ କୁମାର ଦାସ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking