30.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଏଲଓସିରେ ପାକ୍ ଅନୁପ୍ରବେଶକାରୀ ମୃତ, ୨ ଗିରଫ

ଏଲଓସିରେ ପାକ୍ ଅନୁପ୍ରବେଶକାରୀ ମୃତ, ୨ ଗିରଫ

ଜମ୍ମ: ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ନିରାପତ୍ତାରକ୍ଷୀଙ୍କ ଗୁଳିରେ ଜଣେ ପାକିସ୍ତାନୀ ଅନୁପ୍ରବେଶକରୀ ପ୍ରାଣ ହରାଇଥିବାବେଳେ ଅନ୍ୟ ୨ ଜଣଙ୍କୁ ଗିରଫ କରାଯାଇଛି । ଶନିବାର ରାତି ୧୨ଟା ସମୟରେ କେତେକ ଲୋକ ଏଲଓସି ଅତିକ୍ରମ କରି ଭାରତୀୟ ସୀମାକୁ ଅନୁପ୍ରବେଶ ଉଦ୍ୟମ କରିଥିଲେ ।

ରାତିରେ ୨ଟାରେ ସେମାନେ ସୀମାନ୍ତରେ ଲାଗିଥିବା ତାରବାଡ ନିକଟରେ ପହଞ୍ଚିବାପରେ ବିଏସଏଫ୍ ଯବାନଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଏଥିରେ ଜଣେ ଅନୁପ୍ରବେଶକାରୀ ପ୍ରାଣହରାଇଥିବାବେଳେ ଅନ୍ୟ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅନୁପ୍ରବେଶକାରୀଙ୍କ ନିକଟରୁ ୧୭ କିଲୋ ଓଜନର ହେରୋଇନ ଓ ଅନ୍ୟ ମାଦକଦ୍ରବ୍ୟ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking