ଭୁବନେଶ୍ୱର: ବର୍ଦ୍ଧିତ ପ୍ରୋଜେକ୍ଟ ରେଜିଷ୍ଟ୍ରେସନ ଫି ଉପରେ ଲାଗିଲା ଅଙ୍କୁଶ । ଆରଇଆରଏର ଫି ବୃଦ୍ଧି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ । ଯଦି ବିବର୍ଦ୍ଧିତ ଫି ଆଦାୟ କରାଗଲା ସ୍ୱତନ୍ତ୍ର ଆକାଉଣ୍ଟରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୬ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବ କହିଲେ ହାଇକୋର୍ଟ । ବର୍ଗ ମିଟର ଫିଛା ଫି ୧୦ ଟଙ୍କାରୁ ୨ ଶହକୁ ବୃଦ୍ଧି କରିଥିଲା ଆରଇଆରଏ । ଆରଇଆରଏ ଫି ବୃଦ୍ଧିକୁ ଚ୍ୟାଲେଞ୍ଜ କରିଥିଲା ଓଡିଶା ବିଲ୍ଡର ମହାସଂଘ ।