22.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶକୁକୁର ମୁହଁରେ ନବଜାତକ

କୁକୁର ମୁହଁରେ ନବଜାତକ

ବାଙ୍ଗାଲୋର: କୁକୁର ମୁହଁରେ ନବଜାତକ । ଝୁଣି ଝୁଣି ହସ୍ପିଟାଲ ବାହାରକୁ ନେଇଆସିଲା । ଶହ ଶହ ସଂଖ୍ୟାରେ କର୍ମଚାରୀ ଉପସ୍ଥିତ ଥିବାବେଳେ ଏହା କିପରି ସମ୍ଭବ ହେଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ଏହା ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳାକୁ ଦର୍ଶାଉଛି । କର୍ଣ୍ଣାଟକର ଶିଭମୋଗାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଏକ କୁକୁର ହଠାତ୍ ମ୍ୟାକଗନ୍ ଜିଲ୍ଲା ହସ୍ପିଟାଲର ମାତୃତ୍ୱ ୱାର୍ଡରେ ପଶିଯାଇଥିଲା । ଆଉ ତା’ପରେ ସେଠାରୁ ନବଜାତ ଶିଶୁକୁ ଝୁଣି ନେଇ ବାହାରକୁ ପଳାଇ ଆସିଥିଲା ।

ଆଶ୍ଚର୍ଯ୍ୟର କଥା ହେଲା, ଯେତେବେଳେ ମାତୃତ୍ୱ ୱାର୍ଡରେ କୁକୁର ପଶିଥିଲା, କେହି ସେଥିପ୍ରତି ଧ୍ୟାନ ଦେଇନଥିଲେ । ମାର୍ଚ୍ଚ ୩୧ରେ ଏହି ଘଟଣା ଘଟିଛି । ବୁଲା କୁକୁର ହସ୍ପିଟାଲରୁ ବାହାରିବା ମାତ୍ରେ ଫାଟକ ବାହାରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ଦେଖି ପାରିଥିଲେ । କୁକୁର ପାଟିରେ ଏକ ନବଜାତ ଶିଶୁ ଥିଲା । ଏହାଦେଖି ସୁରକ୍ଷା କର୍ମୀମାନେ କୁକୁରକୁ ଗୋଡ଼ାଇଥିଲେ । ଅନେକ ଚେଷ୍ଟା ପରେ ନବଜାତ ଶିଶୁକୁ କୁକୁର ଠାରୁ ଉଦ୍ଧାର କରାଯାଇଥିଲା । ଆଉ ତା’ପରେ ତାକୁ ଡାକ୍ତରଙ୍କ ନିକଟକୁ ନେଇଗଲେ ।

କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । କୁକୁର ଆକ୍ରମଣରେ ନବଜାତ ଶିଶୁର ମୃତ୍ୟୁ ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗର ଏହି ଅବହେଳାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏହାପୂର୍ବରୁ ରାଜସ୍ଥାନରୁ ମଧ୍ୟ ଏକ ସମାନ ଖବର ଆସିଥିଲା । ସିରୋହିର ଡାକ୍ତରଖାନାରେ ମା’ ପାଖରେ ଶୋଇଥିବା ଏକ ମାସର ଶିଶୁକୁ କାମୁଡ଼ି ନେଇଯାଇଥିଲା କୁକୁର । କୁକୁର ଆକ୍ରମଣରେ ଶିଶୁଟିର ମୃତ୍ୟୁ ଘଟିଥିଲା । ପରେ ଡାକ୍ତରଖାନା ବାହାରେ ଶିଶୁର ମୃତଦେହ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking