28.1 C
Bhubaneswar
Sunday, September 29, 2024
Homeଅପରାଧପାରିବାରିକ କହଳର କରୁଣ ପରିଣତି; ସ୍ତ୍ରୀକୁ ହତ୍ୟା କରିବା ପରେ ଜୀବନ ହାରିଲା ସ୍ୱାମୀ

ପାରିବାରିକ କହଳର କରୁଣ ପରିଣତି; ସ୍ତ୍ରୀକୁ ହତ୍ୟା କରିବା ପରେ ଜୀବନ ହାରିଲା ସ୍ୱାମୀ

ରାଉରକେଲା: ପାରିବାରିକ କହଳର କରୁଣ ପରିଣତି । ବର୍ଷକ ମଧ୍ୟରେ ଛାରଖାର ହୋଇଗଲା ସୁନାର ସଂସାର । ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଜୀବନ ହାରିଲା ସ୍ୱାମୀ । ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ଦମକୁଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତ ଦମ୍ପତି ହେଉଛନ୍ତି ଦମକୁଡା ଗ୍ରାମର ହେମନ୍ତ ଦଣ୍ଡସେନା ଏବଂ ତାଙ୍କର ପତ୍ନୀ । ହେମନ୍ତ ଶ୍ୱାସରୁଦ୍ଧ କରି ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଝୁଲି ପଡିଛନ୍ତି । ତେବେ କ’ଣ ପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ଘରୋଇ ବିବାଦରୁ ଏପରି ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରିଛି । ବର୍ଷକ ତଳେ ଦମକୁଡା ଗାଁର ହେମନ୍ତ ଏବଂ ତାଙ୍କ ସ୍ତ୍ରୀ ବିବାହ କରିଥିଲେ । ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସବୁ ଠିକଠାକ୍ ଚାଲିଥିଲା ।

ହେମନ୍ତ ଶ୍ରମିକ ଭାବରେ ଗୋଆ ଦାଦନ ଖଟିବାକୁ ଯାଇଥିଲେ । ଏଣେ ପତ୍ନୀ ନିଜ ଶାଶୁ ଓ ନଣନ୍ଦଙ୍କ ସହ ଶାଶୁଘରେ ରହୁଥିଲେ । ଗତ ହୋଲିରେ ଘରକୁ ଫେରିଥିଲେ ହେମନ୍ତ । ତେବେ କାହିଁକି ସେ ନିଜ ହାତରେ ସଂସାର ଉଜାଡି ଦେଲେ ତାହା ସମସ୍ତଙ୍କୁ ଚକିତ କରିଛି । ଯାହା କୁହାଯାଉଛି, ମଙ୍ଗଳବାର ଦିନ କୌଣସି କଥାକୁ ନେଇ ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ରାଗି ଯାଇଥିଲେ ହେମନ୍ତ ରାଗରେ ସ୍ତ୍ରୀକୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ । ଏହାପରେ ନିଜେ ଝୁଲି ପଡିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତନାଘନା ଆରମ୍ଭ କରିଛି । ପରିବାର ଲୋକେ ଏବଂ ଆଖପାଖ ପଡ଼ୋଶୀଙ୍କୁ ପଚରା ଉଚରା କରାଯାଉଛି । ଘରୋଇ କଳହ ଯୋଗୁଁ ନା ପାରିବାରିକ ଚାପ ନା ଅନ୍ୟ କେଉଁ କାରଣ ପାଇଁ ଏଭଳି ହୃଦୟ ବିଦାରକ ଘଟଣା ଘଟିଲା ସେନେଇ ତଦନ୍ତ ଚଳାଇଛି ପୋଲିସ । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଆଲୋଡନ ଖେଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking