28.1 C
Bhubaneswar
Sunday, September 29, 2024
Homeଅପରାଧଭାଇର ନିଷ୍ପତ୍ତିକୁ ବିରୋଧ କଲା ଭଉଣୀ, ବାଡ଼ିରେ ପିଟିପିଟି ଭଉଣୀକୁ ହତ୍ୟା

ଭାଇର ନିଷ୍ପତ୍ତିକୁ ବିରୋଧ କଲା ଭଉଣୀ, ବାଡ଼ିରେ ପିଟିପିଟି ଭଉଣୀକୁ ହତ୍ୟା

ବାରିପଦା: ଭାଇର ନିଷ୍ପତ୍ତିକୁ ଭଉଣୀ ବିରୋଧ କରୁବାରୁ ଜଘନ୍ୟ କାଣ୍ଡ । ଭାଇ, ଭାଉଜଙ୍କ ମାଡ଼ରେ ଭଉଣୀର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବେଗୁନିଆବନ୍ଧ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଜମିଜମା ବିବାଦକୁ ନେଇ ଭାଇ ଓ ଭାଉଜ ନିଜ ଭଉଣୀକୁ ପିଟିପିଟି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ଏହି ଘଟଣା ନେଇ ଗ୍ରାମ ମୁଖିଆଙ୍କ ଅଭିଯୋଗ ପରେ ଭାଇ ଓ ଭାଉଜଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ପଞ୍ଚାୟତର ଚୈତନ୍ୟ ହେମ୍ବ୍ରମଙ୍କ ଝିଅ ଜବା ବାସ୍କେଙ୍କ ସହିତ ନିକଟସ୍ଥ ଗ୍ରାମ ବେଗୁନିଆବନ୍ଧର ସାମ ବାସ୍କେ ବିବାହ କରିଥିଲେ ।

୧୦ ବର୍ଷ ପୂର୍ବରୁ ସାମ ବାସ୍କେଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ ପରେ ତିନି ଭଣଜା ଭାଣିଜୀ ଓ ଭଉଣୀର ଦାୟିତ୍ୱ ନେଇଥିଲେ ଭାଇ ବୁଧାନ ହେମ୍ବ୍ରମ ଓ ଭାଉଜ ମାଳତୀ ହେମ୍ବ୍ରମ । ସେମାନେ ଭଉଣୀ ଜବା ବାସ୍କେର ସମସ୍ତ କଥା ବୁଝାବୁଝି କରି ଆସୁଥିଲେ । ତେବେ ଜବା ବାସ୍କେର ଜମିଜମା ବିବାଦକୁ ନେଇ ବେଗୁନାବନ୍ଧ ଗ୍ରାମରେ ଗ୍ରାମବାସୀଙ୍କ ମଧ୍ୟରେ ମଙ୍ଗଳବାର ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ଭାଇ ବୁଧାନ ହେମ୍ବ୍ରମ ମଧ୍ୟ ଉପସ୍ଥିତ ଥିଲେ । ସେଠାରେ ଭାଇର ନିଷ୍ପତ୍ତିକୁ ଭଉଣୀ ଜବା ବିରୋଧ କରିବା ସହିତ ସର୍ବ ସମ୍ମୁଖରେ ଭାଇ ବୁଧାନକୁ ଅପମାନିତ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବୁଧାନ ହଠାତ୍ ବୈଠକରୁ ଉଠି ଆସିଥିଲେ । ଏହାପରେ ଭାଇ ଓ ଭାଉଜ ଦୁହେଁ ଏକ ବାଡ଼ିରେ ଜବାର ମୁଣ୍ଡ ଉପରେ ପ୍ରହାର କରିଥିଲେ । ଆକ୍ରମଣରେ ଜବା ବାସ୍କେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡ଼ିକାଲକୁ ଆଣୁଥିବା ବେଳେ ଅଧ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking