28.1 C
Bhubaneswar
Sunday, September 29, 2024
Homeଅପରାଧସ୍ତ୍ରୀକୁ ହତ୍ୟା ପରେ ୩ ଖଣ୍ଡ କରି ପୋତିଦେଲା ସ୍ୱାମୀ....

ସ୍ତ୍ରୀକୁ ହତ୍ୟା ପରେ ୩ ଖଣ୍ଡ କରି ପୋତିଦେଲା ସ୍ୱାମୀ….

କୋଲକାତା: ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ପର ଠାରୁ ଏହି ପ୍ରକ୍ରିୟା ଟ୍ରେଣ୍ଡରେ ରହିଛି । ନିଜ ପାର୍ଟନରକୁ ହତ୍ୟା ପରେ ଖଣ୍ଡଖଣ୍ଡ କରୁଛନ୍ତି ଦୁର୍ବୃତ୍ତ । ଏଭଳି ଏକ ସମାନ ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗରୁ ଚବିଶ ପ୍ରଗଣାରୁ । ସାତ ଜନ୍ମର ସାଥି ହେବା ପାଇଁ କଥା ଦେଇଥିବା ସ୍ତ୍ରୀକୁ ହତ୍ୟା ପରେ ୩ ଖଣ୍ଡ କରି କାଟି ଦେଇଛି ସ୍ୱାମୀ । ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ଗାତ ଖୋଳି ପତି ଦେଇଥିଲା । ତେବେ ତଦନ୍ତ କରି ପତ୍ନୀହନ୍ତାକୁ ଗିରଫ କରିଛି ପୋଲିସ । ମୃତ ମହିଳା ହେଲେ ୩୫ ବର୍ଷୀୟ ମୁମତାଜ ଶୈଖ । ସ୍ତ୍ରୀ ହନ୍ତା ଅଭିଯୁକ୍ତ ହେଲା ଅଲିମ ଶୈଖ । ମିଳିଥିବା ସୂଚନା ଅନୁସାରେ, ବିଷ୍ଣୁପୁର ଅଞ୍ଚଳର ମୁମତାଜ ଶୈଖକୁ କୌଣସି ଏକ କାରଣ ପାଇଁ ସ୍ୱାମୀ ଅଲିମ ଶୈଖ ହତ୍ୟା କରିଥିଲା । ଏହାପରେ ୩ ଖଣ୍ଡ କରି ସମାଧୀ ଦେଇଥିଲା । ପୋଲିସ ସଇତାନ ସ୍ୱାମୀକୁ ଗିରଫ କରିବା ପାଇଁ ମୃତଦେହର ଖଣ୍ଡକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହି ଘଟଣାକୁ ନେଇ ମୁମତାଜଙ୍କ ଭଉଣୀ ମନୱାରା ମଣ୍ଡଳଙ୍କ କହିବା ଅନୁସାରେ, “୨୦ ବର୍ଷ ପୂର୍ବେ ଅଲିମ ଏବଂ ମୁମତାଜଙ୍କର ବିବାହ ହୋଇଥିଲା । ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛି ।

ଅଲିମ ଏବଂ ମୁମତାଜ ଦୁହେଁ ଶାରଦା ଗାର୍ଡେନରେ କଣ୍ଟ୍ରାକ୍ଟର ଭାବେ କାମ କରୁଥିଲେ । ମଙ୍ଗଳବାର ଦିନ ମଧ୍ୟ ଏକାଠି ହୋଇ କାମକୁ ଯାଇଥିଲେ । କିନ୍ତୁ ରାତିରେ କେବଳ ଏକୁଟିଆ ଅଲିମ ଘରକୁ ଫେରିଥିଲା । ପରିବାର ଲୋକେ ମୁମତାଜଙ୍କ ବିଷୟରେ ପଚାରିବାରୁ ସେ ମାର୍କେଟ ଯାଇଥିବା କହିଥିଲା ସ୍ୱାମୀ । କିନ୍ତୁ ବିଳମ୍ବିତ ରାତି ଯାଏଁ ଘରକୁ ନଫେରିବାରୁ ପୁଣି ଅଲିମଙ୍କୁ ପରିବାର ଲୋକେ ପ୍ରଶ୍ନ କରିଥିଲେ । କିନ୍ତୁ ସେ ଚୁପ ରହିଥିଲା । ଏହାପରେ ଆମକୁ ସନ୍ଦେହ ହେବାରୁ ଆମେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲୁ । ତେବେ ବୁଧବାର ପୋଲିସ ଜେରା ସମୟରେ ସତ ମାନିଥିଲା ଅଲିମ । ବୁଧବାର ଅପରାହ୍ନରେ ପୋଲିସ ଅଲିମକୁ ନେଇ ମାଟି ତଳୁ ଖଣ୍ଡ ମୃତଦେହ ଜବତ କରିଥିଲା ।” ଅନ୍ୟପଟେ ଏନେଇ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି,” ଅଭିଯୁକ୍ତ ଅଲିମ ଦୋଷ ସ୍ୱୀକାର କରିଛି । ଅତି ଦୟନୀୟ ଭାବେ ସେ ମୁମତାଜକୁ ହତ୍ୟା କରିଛି । ଏହାପରେ ଆରଦା ଗାର୍ଡେନ ନିକଟରେ ୩ ଖଣ୍ଡ କରି କାଟି ପୋତିଦେଇଥିଲା । ଆମେ ଖଣ୍ଡ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛୁ । ବର୍ତ୍ତମାନ ସୁଦ୍ଧା ମଧ୍ୟ ହତ୍ୟାକାଣ୍ଡର କହୁନି ଅଭିଯୁକ୍ତ । ଆମେ ଅଧିକ ତଦନ୍ତ ଜାରି ରଖିଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking