32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶ୭ ଦିନିଆ ଇଡି ରିମାଣ୍ଡରେ ସିସୋଦିଆ; ଜାମିନ ଆବେଦନର ଶୁଣାଣି ୨୧କୁ ଘୁଞ୍ଚିଲା

୭ ଦିନିଆ ଇଡି ରିମାଣ୍ଡରେ ସିସୋଦିଆ; ଜାମିନ ଆବେଦନର ଶୁଣାଣି ୨୧କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ସ୍ଥାନୀୟ ରାଉଜ୍ ଏଭେନ୍ୟୁ କୋର୍ଟ ଆପ୍ ନେତା ମନୀଷ ସିସୋଦିଆଙ୍କୁ ଆସନ୍ତା ୧୭ ପର୍ଯ୍ୟନ୍ତ ୭ ଦିନିକିଆ ଇଡି ରିମାଣ୍ଡକୁ ପଠାଇଛନ୍ତି । ଏଜେନ୍ସି ପୂର୍ବତନ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ୧୦ ଦିନ ରିମାଣ୍ଡ ମାଗିଥିଲା । ଅନ୍ୟପକ୍ଷରେ ସିବିଆଇ ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୧ ତାରିଖରେ ହେବ । ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ଇଡି ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ତିହାର ଜେଲ୍‌ରେ ହିଁ ସିସୋଦିଆଙ୍କୁ ଗିରଫ କରିଥିଲା । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସ୍ପେଶାଲ୍ ଜଜ୍ ଏମ୍‌କେ ନାଗପାଲ୍ ପ୍ରଥମେ ଇଡିର ରିମାଣ୍ଡ୍ ଉପରେ ଶୁଣାଣି କରିଥିଲେ । ଇଡିର ଓକିଲ ଜୋହେବ ହୁସେନ ଦାବି କରିଥିଲେ ଯେ ଅବକାରୀ ପଲିସି ପ୍ରସ୍ତୁତ ପଛରେ ଷଡ଼ଯନ୍ତ୍ର ଥିଲା । ଏହାର ନିୟମରେ ପରିବର୍ତ୍ତନ କରି କେତେକ ଖାସ୍ ଲୋକଙ୍କୁ ୬% ପରିବର୍ତ୍ତେ ୧୨% ଲାଭ ପହଞ୍ଚାଯାଇଛି ।

ଏ ସମ୍ବନ୍ଧୀୟ ଡିଜିଟାଲ୍ ପ୍ରମାଣକୁ ମଧ୍ୟ ସିସୋଦିଆ ନଷ୍ଟ କରିଦେଇଛନ୍ତି ବୋଲି ସେ କହିଥିଲେ । ମାମଲାରେ ଅନ୍ୟ ୭ ଜଣଙ୍କୁ ନୋଟିସ୍ ପଠାଯାଇଥିବାରୁ ସେମାନଙ୍କ ସାମ୍ନାରେ ସିସୋଦିଆଙ୍କୁ ବସାଇ ଜେରା କରାଯିବା ପାଇଁ ଏଜେନ୍ସି ୧୦ ଦିନ ରିମାଣ୍ଡ୍ ମାଗିଥିଲା । ଇଡି ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ ଅବକାରୀ ପଲିସିର ନିଷ୍ପତ୍ତି ଗ୍ରୁପ୍ ଅଫ୍ ମିନିଷ୍ଟର (ଜିଓଏମ୍‌)ଙ୍କର ଥିଲା ବୋଲି କୁହାଯାଇଥିଲେ ମଧ୍ୟ ଏହାର ସୂଚନା ଜଣେ ବ୍ୟକ୍ତି ବ୍ୟତୀତ ଅନ୍ୟ କାହାକୁ ଜଣାନଥିଲା । ପୂରା ସିଣ୍ଡିକେଟ୍‌କୁ ବିଜୟ ନାୟାର ଅପରେଟ୍ କରୁଥିଲେ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କନ୍ୟା କବିତା ତାଙ୍କୁ ସାକ୍ଷାତ୍ କରିଥିଲେ ।

ଏ ସମ୍ପର୍କରେ ଇଡି ବିଜୟ ନାୟାର୍ ଏବଂ କବିତାଙ୍କ ହ୍ୱାଟ୍ସଆପ୍ ଚାଟ୍‌ର ସ୍କ୍ରୀନ୍‌ଶଟ୍ କୋର୍ଟରେ ଉପସ୍ଥାପିତ କରିଥିଲା । ଜବାବରେ ସିସୋଦିଆଙ୍କ ଓକିଲ ଦୟାଲ୍ କ୍ରିଷ୍ଣନ୍ କହିଥିଲେ ଅବକାରୀ ପଲିସି ଏକ ନିର୍ବାଚିତ ସରକାର ପ୍ରସ୍ତୁତ କରିଥିବା ବେଳେ ଇଡି ଏହାକୁ ଭୁଲ୍ ବୋଲି କହୁଛି । ଏହା କେତେକ ପର୍ଯ୍ୟାୟ ଦେଇ ପ୍ରସ୍ତୁତ କରାଯାଇଥାଏ । କୃଷ୍ଣନ୍ କହିଥିଲେ, ଇଡି କହୁଛି ବିଜୟ ନାୟାର୍ ସିସୋଦିଆଙ୍କ ପାଇଁ କାମ କରୁଥିଲେ । ମାତ୍ର ସିସୋଦିଆଙ୍କୁ ଗୋଟିଏ ବି ପଇସା ପଠାଯାଇଥିବା ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଇଡି କିଛି ପ୍ରମାଣ ପାଇପାରି ନାହିଁ । ଡକ୍ୟୁମେଣ୍ଟ୍‌ରେ ସବୁ ସ୍ଥାନରେ ଆମେ ଶୁଣିବାକୁ ପାଇଛୁ ବୋଲି ଇଡି କହୁଥିବା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking