ଭୁବନେଶ୍ୱର: ୨୦୨୪ ଶେଷ ସୁଦ୍ଧା ଓଡିଶାରେ ଆମେରିକା ମାନର ରାସ୍ତା । ଜାତୀୟ ରାଜପଥ ପ୍ରକଳ୍ପ ଅଧିନସ୍ଥ ସବୁ ରାସ୍ତା ଆମେରିକା ମାନର ହେବ । କେନ୍ଦ ସଡଖ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ସୂଚନା ।
ଓଟିଭି ଫୋରସାଇଟର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ । ଓଡିଶାରେ ଜାତୀୟ ରାଜପଥରେ ଅନେକ ଭିତ୍ତିଭୂମି କାମ ଚାଲିଛି । କଥା ଦେଉଛି, ୨୦୨୪ ଶେଷ ସୁଦ୍ଧା ରାସ୍ତା ମାନ ଆମେରିକା ଭଳି ହେବ ।
ଉଚ୍ଚ ମାନର ରାସ୍ତା ଓଡିଶାର ବିକାଶ ଓ ଉନ୍ନତିକୁ ଗତିଶୀଳ କରିବ । ଓଡିଶା ଭଳି ସାରା ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ କାମ ଚାଲୁ ରହିଛି ବୋଲି ସୂଚନା ଦେଇଛନ୍ତି ନିତୀନ ଗଡକରୀ ।