ନୋଏଡା : ଭାରତରେ ନିର୍ମିତ କଫ୍ ସିରପ୍ ସେବନ କରି ଉଜ୍ବେକିସ୍ତାନରେ କଥିତ ଭାବେ ୧୮ ଶିଶୁଙ୍କ ମୃତ୍ୟୁ ମାମଲାରେ ପୁଲିସ ଶୁକ୍ରବାର ୩ ଜଣଙ୍କୁ ଗିରଫ କରିଛି । କଫ୍ ସିରପ୍ର ନମୁନା ମାନକ ଅନୁଯାୟୀ ହୋଇନଥିବା ପରୀକ୍ଷାରୁ ଜଣାପଡ଼ିବା ପରେ ଗାଜିଆବାଦ ଡ୍ରଗ୍ସ ଇନ୍ସପେକ୍ଟର ଗୁରୁବାର ରାତିରେ ଥାନାରେ କେସ୍ ରୁଜୁ କରିଥିଲେ ।
ଏହି ମାମଲାରେ ପୁଲିସ କମ୍ପାନୀର ଅପରେସନ୍ ହେଡ୍ ତୁହିନ୍ ଭଟ୍ଟାଚାର୍ଯ୍ୟ, ମ୍ୟାନୁଫାକ୍ଚର୍ କେମିଷ୍ଟ୍ ଅତୁଲ ରାୱଲ୍ ଏବଂ ତଥା ମୂଲ ସିଂହଙ୍କୁଗିରଫ କରିଛି । ତେବେ ମାଲିକ ଫେରାର୍ ହୋଇଯାଇଛନ୍ତି ଏବଂ ପୁଲିସ ତାଙ୍କ ତଲାସ ଚଳାଇଛି । ସୂଚନାଯୋଗ୍ୟ, ୨୦୨୦ ଡିସେମ୍ବରରେ ସେକ୍ଟର-୬୭ରେ ଥିବା ଔଷଧ ଫାର୍ମ ମାରିୟମ୍ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ନିର୍ମିତ ସିରଫ୍ ସେବନ କରିବା ପରେ ୧୮ ଶିଶୁଙ୍କର ସନ୍ଦିଗ୍ଧ ଭାବେ ମୃତ୍ୟୁ ଘଟିଥିବା ଉଜ୍ବେକିସ୍ତାନ ସରକାର ସୂଚନା ଦେଇଥିଲେ ।
ଭାରତ ସରକାର ଏହାକୁ ଗମ୍ଭୀରତାର ସହ ନେଇଥିଲେ । ଏହାପରେ ଉତ୍ତର ପ୍ରଦେଶ ଏଫ୍ଏସ୍ଡିଏ ପକ୍ଷରୁ କମ୍ପାନୀ ଉପରେ ଚଢ଼ଉ କରାଯିବା ସହ କମ୍ପାନୀର ଔଷଧ ଉତ୍ପାଦନ ଲାଇସେନ୍ସ ରଦ୍ଦ କରାଯାଇଥିଲା ।