14.1 C
Bhubaneswar
Friday, January 10, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଜନ୍ମର ୨୧ ଦିନଠାରୁ ଜୀବନ ଆରମ୍ଭ
ମରଣର ୧୨ ଦିନଠାରୁ ଜୀବନ ଶେଷ
ଲୋଭ ମାୟାରେ ପଡି କୁହନ୍ତି ସବୁ ମୋର ମୋର
ସବୁ ମାୟାରେ ବାୟା
ଯାହାର ମନ ପବିତ୍ର ଥାଏ ସେ ଈଶ୍ବର ନ ପୁଜିଲେ ମଧ୍ୟ ଈଶ୍ବରଙ୍କ କୃପା ସାଥିରେ ରହିଥାଏ ।ଯେଉଁ ମଣିଷର ମନ ଅପବିତ୍ର ଥାଏ ସେ ମଣିଷ ନିଜ ପାଖରେ ଈଶ୍ବରଙ୍କ ମୂର୍ତ୍ତି ରଖିଲେ ବା ପୁଜିଲେ ସେ ଭକ୍ତିର କୌଣସି ମୂଲ୍ୟ ନ ଥାଏ ।

ମନୁଷ୍ୟ ମନରେ ସାଧାରଣତଃ ଦୁଇଟି ପରାକ୍ରମଶାଳୀ ଶତୃ ଅଛନ୍ତି ।
ମାନସିକ ଅନିଶ୍ଚିତତା ଓ କ୍ଷୁଦ୍ରାତ୍ମବୋଧ ।

ପିଠି ସବୁବେଳେ ମଜବୁତ୍ ରଖିବାକୁ ଚେଷ୍ଟା କର କାହିଁକି ନା ସାବାସ୍ ଆଉ ଧୋକା ଦୁଇଟା ଯାକ ପଛ ପଟରୁ ହିଁ ମିଳିଥାଏ ।

ସମ୍ମାନ ଆଉ ପ୍ରଶଂସା ମାଗନ୍ତି ନାହିଁ, ଅର୍ଜନ କରିବାକୁ ପଡେ ।

Relationship ରେ ଯଦି ସବୁ କଥାରେ ପ୍ରମାଣ ଦେବାକୁ ପଡେ ତେବେ ଏହି ଭଳି Relationships ରୁ ଦୂରେଇ ରହିବା ଭଲ ।

ନୀତିବାଣୀ*

ଦୁଇଟି ଜିନିଷ ଯାହା ଜଣେ ବ୍ୟକ୍ତି ଅନ୍ୟ ପୁରୁଷ ବିଷୟରେ କେବେବି ଭୁଲି ପାରିବ ନାହିଁ,

ଗୋଟିଏ – ହାତରେ କରିଥିବା ସାହାଯ୍ୟ !!”

“ଦୁଇଟି – ଶବ୍ଦ ସହିତ ମନରେ କରିଥିବା ଆଘାତ !!”

ପ୍ରଥମେ ନିଜକୁ ସଂସ୍କାର କର, ତା’ପରେ ସମାଜକୁ ସଂସ୍କାର କର !!’

“କେବଳ ନିଜର ଚିନ୍ତାଧାରା ଦ୍ୱାରା ହିଁ ମନୁଷ୍ୟ ପ୍ରକୃତ ସୁଖ ପାଇଥାଏ !!”

“ସମସ୍ତଙ୍କ ସହିତ ଖରାପ ରାସ୍ତାକୁ ଯିବା ଅପେକ୍ଷା, ଏକୁଟିଆ ଭଲ ରାସ୍ତାକୁ ଯିବା ଭଲ !!”

ଭାଗବତ ବାଣୀ

*ହେ ପ୍ରଭୁ ! ଯେଉଁମାନେ ଅନ୍ୟ ଦେବତାମାନଙ୍କୁ ଭକ୍ତି କରନ୍ତି ଓ ସେମାନଙ୍କୁ ଆପଣଙ୍କ ଠାରୁ ଭିନ୍ନ ବୋଲି ଭାବନ୍ତି , ସେମାନେ ମଧ୍ୟ ବାସ୍ତବରେ ଆପଣଙ୍କର ହିଁ ଆରାଧନା କରନ୍ତି ; କାରଣ ଆପଣ ହିଁ ସମସ୍ତ ଦେବତାଙ୍କ ରୂପରେ ଅଛନ୍ତି ଓ ଆପଣ ହେଉଛନ୍ତି ସର୍ବେଶ୍ବର । ହେ ପ୍ରଭୁ ! ପର୍ବତରୁ ବାହାରୁଥିବା ସବୁ ନଦୀ ଯେପରି ବୃଷ୍ଟିଜଳରେ ପୂର୍ଣ୍ଣ ହୋଇ ବିଭିନ୍ନ ପଥଦେଇ ଭ୍ରମି ଭ୍ରମି ଶେଷରେ ଯାଇ ସମୁଦ୍ରରେ ମିଶନ୍ତି , ସବୁପ୍ରକାର ଉପାସନାମାର୍ଗ ମଧ୍ୟ ସେହିପରି ଶେଷରେ ଆପଣଙ୍କ ପାଖରେ ପହଞ୍ଚି ଏକାକାର ହୋଇଯାଏ ଆକାଶାତ୍ ପତିତଂ ତୋୟଂ ଯଥା ଗଚ୍ଛତି ସାଗରା । ସର୍ବଦେବ ନମସ୍କାରଂ କେଶବଂ ପ୍ରତି ଗଚ୍ଛତି ।

ସୁ୍ବିଚାର –ଅଖଣ୍ଡ ଜ୍ୟୋତିର ତୁଳନା କୌଣସି ସ୍ଵରରେ ଅନ୍ୟ କୌଣସି ପତ୍ରପତ୍ରିକା ସହିତ କରି ପାରିବା ଅସମ୍ଭବ । ଯେଉଁ ପାଠକ ବୃନ୍ଦ ଦୀର୍ଘ ସମୟ ଧରି ଏହି ପତ୍ରିକା ସହିତ ଯୋଡ଼ି ହୋଇଛନ୍ତି, ସେମାନେ ଅବଶ୍ୟ ଏହି ସତ୍ୟକୁ ଅନୁଭବ କରନ୍ତି ।

ବିଚାରକ୍ରାନ୍ତି ଅଭିଯାନ
ଗାୟତ୍ରୀ ପରିବାର
ଅମୃତବାଣୀ*

* ମୁଁ ବିଶେଷ ଭାବରେ ଜାଣେ ଯେ, ମୌଖିକ ଉପଦେଶ ଓ ପ୍ରତ୍ୟକ୍ଷ ଭାବରେ ସାଧନ କୌଶଳ ଦେଖାଇ ନ ଦେଲେ କୌଣସି ସାଧକ ସାଧନରେ ସକ୍ଷମ ହୋଇପାରିବେ ନାହିଁ। ସୁକୃତିବାନ୍ ସାଧକମାନଙ୍କର ଆକାଂକ୍ଷା ଉଦ୍ରେକ କରିବାହିଁ ମୋର ପ୍ରଧାନ ଉଦ୍ଦେଶ୍ୟ। ଜନ୍ମଜନ୍ମାନ୍ତରର କର୍ମଗୁଣରେ ଯଦି କାହାରି କୌଣସି ସାଧନରେ ପ୍ରବୃତ୍ତି ଜାତ ହୁଏ,ତେବେ ସେ ମୋ ନିକଟକୁ ଆସିଲେ ମୁଁ ସବିଶେଷ ଭାବରେ ଜଣାଇବାକୁ ବାଧ୍ୟ ଅଛି।”

ଅଦ୍ଯ କୁମ୍ଭ ଦି୨୧ନ,ଦ୍ଵାଦଶୀ ଦ୧୪।୧ ଦିଘ୧୧।୪୪,ପୁଷ୍ୟା ଦ୩୩।୮ ଘ୭।୨୩,କର୍କଟ ଚନ୍ଦ୍ର ଦ୬୦ ନିଶାନ୍ତ।

ଭାରତୀୟ ସାଧାରଣ ସମୟ ଅନୁସାରେ (IS.T.)
କୁମ୍ଭ ଦ୨/୪୧/୦୦ ଇଂଘ ୬/୦୭/୫୩ ଗତେ ଉଦୟ।
ସିଂହ ଦ୩/୨୪/୪୦ ଇଂଘ୫/୪୮/୫୫ ଗତେ ଅସ୍ତ ।

*ଯୋଗିନୀ ନୈଋତେ । ଦିବା ଘ ୧୧।୪୪ ଗତେ ଦକ୍ଷିଣେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୭।୨୩ ଗତେ ମଘା ପୂର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ପୂର୍ବାଷଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ ଦ୍ବିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ସିଂହ ବୃଷ ଓ କନ୍ୟା ରାଶିମାନଙ୍କର ଘାତବାର । ଦିବା ଘ୭।୩୩ ମଧ୍ୟେ ଘ୪।୧୭ ଗତେ ଘ୫।୫୦ ମଧ୍ୟେ କାଳବେଳା । ଘ୧।୨୯ ଗତେ ଘ୨।୫୬ ମଧ୍ୟେ ବାରବେଳା । ରାତ୍ରି ଘ୭।୨୩ ମଧ୍ୟେ ଘ୪।୩୩ ଗତେ ଘ୬।୬ ମଧ୍ୟେ କାଳରାତ୍ରି । ମୃତେ ଦ୍ବିପାଦ ଦୋଷ । ଫଳଂ କୃଷି ଓ ପଶୁ ହାନି । ଭୂମି ଓ ଅନ୍ନ ଦାନ । ଦିବା ଘ୧୧।୪୪ ଗତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ପ୍ରଥମ ରଜୋଦର୍ଶନେ ରାତ୍ରି ଘ୭।୨୩ ଗତେ ସମ୍ବତ୍ସର ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବନ୍ଧ୍ୟା । ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ ।ତ୍ରୟୋଦଶୀର ପାର୍ବଣ ଶ୍ରାଦ୍ଧ ।ପୂତିକା(ପୋଇଶାଗ) ଦିବା ଘ୧୧।୪୪ ଗତେ ବାର୍ତ୍ତାକୀ (ବାଇଗଣ) ଭକ୍ଷଣ ନିଷେଧ । ଅଦ୍ୟ ସାମାନ୍ୟ ଗୋବିନ୍ଦ ଦ୍ବାଦଶୀ ସ୍ନାନ ।
(ଅମୃତ) – ଦିବା ଘ୧୦।୭ ଗତେ ଘ୧।୧୯ ମଧ୍ୟେ ରାତ୍ରି ଘ୮।୧୪ ଗତେ ଘ୧୦।୩୮ ମଧ୍ୟେ ଘ୧୨।୧୪ ଗତେ ଘ୧।୫୦ ମଧ୍ୟେ ଘ୨।୩୮ ଗତେ ଘ୪।୧୪ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି ।

ମେଷ: ଆପଣଙ୍କର ଧନ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ପାରିବାରିକ ଜୀବନ ସୁଖମୟ ହେବ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ପାଇବେ।

ବୃଷ: ଆପଣ ଚିନ୍ତା ମୁକ୍ତ ରହିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଉତ୍ତମ। ନିକଟ ସ˚ପର୍କିୟଙ୍କ ମାଧୢମରେ ଲାଭ ହେବ।

ମିଥୁନ: ଆପଣଙ୍କ କଥା ଓ କାମ କରିବା କୌଶଳ ଲୋକଙ୍କୁ ଖୁସି କରାଇବ। କର୍ତ୍ତୃପକ୍ଷ ଖୁସି ରହିବା ହେତୁ ଆପଣଙ୍କର ଦରମା ବଢ଼ିପାରେ।

କର୍କଟ: ସ୍ଥଗିତ କାମ ପୂରା ହେବାରୁ ମନ ପ୍ରସନ୍ନ ହେବ। ଅର୍ଥ ସମ୍ବନ୍ଧୀୟ ଭଲ ଖବର ମିଳିପାରେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

ସି˚ହ: ସୃଜନଶୀଳ କାମରେ ଆପଣଙ୍କର ନାମ ହେବ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ। ଛାତ୍ରଙ୍କୁ ଲେଖାପଢ଼ାରେ ପରିଶ୍ରମ କରିବା ଆବଶ୍ୟକ।

କନ୍ୟା: ଭାଗ୍ୟ ଆପଣଙ୍କୁ ସାଥ ଦେବ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରି ସଫଳ ହେବେ। ରାଜନୀତିରେ ଲାଭଦାୟକ ସ୍ଥିତି ସୃଷ୍ଟି ହେବ।

ତୁଳା: ପାଖ ଲୋକଙ୍କ ସହଯୋଗ ପାଇବେ। ସ୍ଥଗିତ ଥିବା କାମ ପୂରା ହେବ। ପୁଞ୍ଜି ବଜାରରେ ଲାଭ ପାଇବେ। ମନୋର˚ଜନ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

ବିଛା: ଗପସପରେ ସମୟ ବିତିବ। ସନ୍ତାନଙ୍କ ଠାରୁ ଭଲ ଖବର ପାଇବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ଧନୁ: ଧାର୍ମିକ କାର୍ଯ୍ୟରେ ସମୟ ବିତିବ। ମନରେ ନୂଆ ବିଚାର ଆସିବ। ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ।

ମକର: ସହଯୋଗୀଙ୍କ ସହଯୋଗ ପାଇବା ପାଇଁ ଚେଷ୍ଟା କରିବାକୁ ହେବ। ପ୍ରତିକୂଳ ପରିସ୍ଥିତିର ସାମନା କରିପାରନ୍ତି। ବ୍ୟବସାୟର ବିସ୍ତାର ପାଇଁ ଚିନ୍ତା କରିବେ।

କୁମ୍ଭ: ସାରାଦିନ ଖୁସି ରହିବେ। ରାଜନୀତିରେ ପରିସୀମା ବଢ଼ାଇବେ। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗଦର୍ଶନ ମିଳିବ।

ମୀନ: ଅଫିସ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ବ୍ୟବସାୟରେ ଅଧିକ ଲାଭ ପାଇବେ। ବିବାହିତ ସୁଖଦ ସମୟ ଅତିବାହିତ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking