30.1 C
Bhubaneswar
Sunday, June 8, 2025
Homeଦେଶ ବିଦେଶପେରୁରେ ୮୦୦ ବର୍ଷ ପୁରୁଣା ମମି ଠାବ

ପେରୁରେ ୮୦୦ ବର୍ଷ ପୁରୁଣା ମମି ଠାବ

ଲିମା : ଲାଟିନ ଆମେରିକୀୟ ରାଷ୍ଟ୍ର ପେରୁରେ ୮୦୦ ବର୍ଷ ପୁରୁଣା ଏକ ମମି ଠାବ କରାଯାଇଛି । ଗ୍ରୀକ୍ ସଭ୍ୟତା ସମୟରେ ମଣିଷ କିମ୍ବା ଜୀବଜନ୍ତୁଙ୍କ ମୃତଦେହକୁ ରାସାୟନିକ ପ୍ରକ୍ରିୟା ଦ୍ୱାରା ସଂରକ୍ଷଣ କରାଯାଉଥିବାବେଳେ ଏହା ଶହ ଶହ ବର୍ଷ ଧରି ଅକ୍ଷତ ଅବସ୍ଥାରେ ରହୁଥିଲା । ଏହାକୁ ମମି କୁହାଯାଉଥିଲା । ପେରୁର ୨୬ ବର୍ଷୀୟ ନାଗରିକ ଜୁଲିଓ ସିଜର ବର୍ମେଜୋ ଦୀର୍ଘ ୩୦ ବର୍ଷ ଧରି ଏହି ମମିକୁ ସାଇତି ରଖିଥିବାବେଳେ ପୁଲିସ ବର୍ତ୍ତମାନ ତାଙ୍କୁ ଗିରଫ କରି ମମିକୁ ଜବତ କରିଥିବା ଜଣାପଡିଛି । ମିଳିଥିବା ମମି ଜଣେ ମହିଳାଙ୍କର ବୋଲି ଜୁଲିଓ ଦାବି କରୁଥିବାବେଳେ ଆଜକୁ ୩୦ ବର୍ଷ ପୂର୍ବେ ତାଙ୍କ ପିତା ଏହି ମମିକୁ ଘରକୁ ଆଣିଥିଲେ ବୋଲି ସେ କହିଛନ୍ତି । ତେବେ ଉକ୍ତ ମମି ଜଣେ ୪୫ ବର୍ଷ ବୟସ୍କ ପୁରୁଷଙ୍କର ବୋଲି ନୃତତ୍ତ୍ୱବିଦ୍ ତଥା ମମି ବିଶାରଦମାନେ ପରୀକ୍ଷାରୁ ଜାଣିପାରିଛନ୍ତି । ଜବତ ହୋଇଥିବା ମମିକୁ ସଂସ୍କୃତି ବିଭାଗ ହେପାଜତରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking