34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଜି-୨୦ ବିଦେଶ ମନ୍ତ୍ରୀ ସମ୍ମିଳନୀ ଆରମ୍ଭ; ବ୍ରିଟିଶ ବିଦେଶମନ୍ତ୍ରୀଙ୍କୁ ଜୟଶଙ୍କରଙ୍କ ଦୃଢ ଜବାବ

ଜି-୨୦ ବିଦେଶ ମନ୍ତ୍ରୀ ସମ୍ମିଳନୀ ଆରମ୍ଭ; ବ୍ରିଟିଶ ବିଦେଶମନ୍ତ୍ରୀଙ୍କୁ ଜୟଶଙ୍କରଙ୍କ ଦୃଢ ଜବାବ

ନୂଆଦିଲ୍ଲୀ: ବୁଧବାରଠାରୁ ନୂଆଦିଲ୍ଲୀରେ ଜି-୨୦ ବିଦେଶମନ୍ତ୍ରୀଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି । ଏଥିରେ ରୁଷ୍ ଓ ଚୀନ୍ ବିଦେଶମନ୍ତ୍ରୀଙ୍କ ସମେତ ଜି-୨୦ ଗୋଷ୍ଠୀର ଅଧିକାଂଶ ବିଦେଶମନ୍ତ୍ରୀ ଯୋଗଦେଇଛନ୍ତି । ପ୍ରଥମ ଦିନ ଭାରତୀୟ ବିଦେଶମନ୍ତ୍ରୀ ଏସ.ଜୟଶଙ୍କର ତାଙ୍କର ବ୍ରିଟିଶ ପ୍ରତିପକ୍ଷ ଜେମ୍‌ସ କ୍ଲେଭର୍ଲିଙ୍କୁ ଭେଟିଛନ୍ତି । ଏହି ଅବସରରେ କ୍ଲେଭର୍ଲି ଭାରତରେ ଥିବା ବିବିସି କାର୍ଯ୍ୟାଳୟ ଉପରେ ଆୟକର ଚଢଉ ପ୍ରସଙ୍ଗ ଉଠାଇଥିଲେ । ତେବେ ଏହାର ଦୃଢ ଜବାବ ଦେଇ ଜୟଶଙ୍କର କହିଛନ୍ତି ଯେ ଭାରତରେ କାର୍ଯ୍ୟ କରୁଥିବା ସବୁ ବିଦେଶୀ କମ୍ପାନୀ ଏବଂ ସଂସ୍ଥାଗୁଡିକୁ ଭାରତୀୟ ନିୟମ ମାନିବାକୁ ପଡିବ ।

ଏଥିରେ ଖିଲାପ ଘଟିଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ । ଅବଶ୍ୟ ଦୁଇ ବିଦେଶମନ୍ତ୍ରୀ ଅନ୍ୟାନ୍ୟ ଦ୍ୱିପାକ୍ଷିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଗତମାସରେ ଆୟକର ବିଭାଗ ପକ୍ଷରୁ ଦିଲ୍ଲୀ ଓ ମୁମ୍ବାଇସ୍ଥିତ ବିବିସି କାର୍ଯ୍ୟାଳୟ ଉପରେ କ୍ରମାଗତ ତିନିଦିନ ଚଢଉ କରାଯାଇଥିଲା । ଏହାକୁ ନେଇ ବ୍ରିଟିଶ ପାର୍ଲାମେଣ୍ଟରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା । ବୁଧବାର ଜୟଶଙ୍କର ରୁଷ୍ ପ୍ରତିପକ୍ଷ ସର୍ଗେଇ ଲାଭ୍‌ରୋଭ୍‌ଙ୍କୁ ମଧ୍ୟ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ୟୁକ୍ରେନ୍ ଯୁଦ୍ଧଠାରୁ ଆରମ୍ଭ କରି ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡିଛି । ଭାରତର ଜି-୨୦ ଅଧ୍ୟକ୍ଷ ପଦକୁ ରୁଷ୍ ଦୃଢ ସମର୍ଥନ ଜଣାଇଛି । ଭାରତର ନେତୃତ୍ୱରେ ବିଶ୍ୱର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜି-୨୦ ଉତ୍ତମ ପ୍ଲାଟଫର୍ମ ବୋଲି ରୁଷ୍ ମତବ୍ୟକ୍ତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking