20.1 C
Bhubaneswar
Thursday, January 16, 2025
Homeଓଡିଶାଆରମ୍ଭ ହେଲା +୨ ପରୀକ୍ଷା; ପ୍ରଥମ ଦିବସରେ କପିକରି ୫ ପରୀକ୍ଷାର୍ଥୀ ହେଲେ ଏମ୍‌ପି

ଆରମ୍ଭ ହେଲା +୨ ପରୀକ୍ଷା; ପ୍ରଥମ ଦିବସରେ କପିକରି ୫ ପରୀକ୍ଷାର୍ଥୀ ହେଲେ ଏମ୍‌ପି

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ଥିଓରି ପରୀକ୍ଷା ଆରମ୍ଭ ହୋଇଛି । ୧୫୯୦ ଜୁନିୟର କଲେଜ ବା ଉଚ୍ଚ ମାଧ୍ୟମିକ ସ୍କୁଲର ପରୀକ୍ଷାର୍ଥୀ୧,୧୪୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ତେବେ ଆଜି ପ୍ରଥମ ଦିନରେ ବିଜ୍ଞାନ ଷ୍ଟ୍ରିମର ଓଡ଼ିଆ ବିଷୟର ପରୀକ୍ଷା ଶେଷ ହୋଇଛି । ବୁଧବାର ସକାଳ ୮.୩୦ ସୁଦ୍ଧା ସମସ୍ତ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିଥିଲା । କପି ରୋକିବାକୁ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପରୀକ୍ଷାର୍ଥୀମାନେ ପରୀକ୍ଷାକେନ୍ଦ୍ରରେ ୯ଟା୩୦ ସୁଦ୍ଧା ପହଞ୍ôଚଥିବା ବେଳେ ୯ଟା୪୫ରେ ହଲ୍‌କୁ ଯିବାକୁ ପିଲାଙ୍କୁ ଛଡାଯାଇଥିଲା । ୧୦ଟାରେ ପ୍ରଶ୍ନପତ୍ର ବଣ୍ଟାଯାଇଥିବା ବେଳେ ସମସ୍ତ ପରୀକ୍ଷାକେନ୍ଦ୍ର ଓ ହବ୍‌ରେ +୨ ପରିଷଦ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିଲା । ତେବେ ଆଜି ପ୍ରଥମ ଦିବସରେ ବାରିପଦା ଜୋନରୁ ୫ଜଣ ପରୀକ୍ଷାର୍ଥୀ କପି କରୁଥିବା ବେଳେ ଧରାପଡି ଏମ୍‌ପି ହୋଇଥିବା ବେଳେ, ବ୍ରହ୍ମପୁର ଜୋନ୍‌ରୁ ୨ ଏବଂ ସମ୍ବଲପୁରଜୋନ୍‌ରୁ ଜଣେ ପରୀକ୍ଷାର୍ଥୀ ଏମପି ହୋଇଥିବା ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ସୂଚନା ଦେଇଥିଲେ ।

ଆସନ୍ତାକାଲି କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ । ସେହିପରି ୩ ତାରିଖରେ ଧନ୍ଦାମୂଳକ ଶିକ୍ଷା ବିଷୟରେ ପରୀକ୍ଷା ଆରମ୍ଭ ହେବ । ୧୯ଟି ସିଟିଂରେ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ୍ ୩,୫୭,୯୪୨ ପରୀକ୍ଷାର୍ଥୀ ପରୀକ୍ଷା ସେମାନଙ୍କ ମଧ୍ୟରୁ ୩,୩୮,୨୨୧ଜଣ ରେଗୁଲାର ପରୀକ୍ଷାର୍ଥୀ ଥିବା ବେଳେ ୧୭,୬୯୬ଜଣ ଏକ୍ସ ରେଗୁଲାର ଏବଂ ୨,୦୨୫ଜଣ ଡିଷ୍ଟାନ୍ସ(ଦୂରନିରନ୍ତର) ପରୀକ୍ଷାର୍ଥୀ ରହିଛନ୍ତି । କଳା ବିଭାଗରେ ୨ଲକ୍ଷ ୩୩ହଜାର ୮୫୫ ପରୀକ୍ଷାର୍ଥୀ ରହିଥିବା ବେଳେ ବିଜ୍ଞାନରେ ୯୩ହଜାର ୮୯୪, ବାଣିଜ୍ୟରେ ୨୪ହଜାର ୩୩୧ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୫୮୬୨ଜଣ ରହିଛନ୍ତି । ଏପ୍ରିଲ ୫ରେ ପରୀକ୍ଷା ଶେଷ ହେବାକୁ ଥିବା ବେଳେ ସେହିଦିନ କଳା ଏବଂ ଧନ୍ଦାମୂଳକ ବିଷୟରେ ପରୀକ୍ଷା ରହିଛି । ତେବେ ଆଜି କେତେ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ ତାହା ସ୍ପଷ୍ଟ ହୋଇନଥିବା ପରୀକ୍ଷା ନିୟନ୍ତ୍ରକ ଶ୍ରୀ ନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking