ଭୁବନେଶ୍ୱର: ଆଗକୁ ଆସୁଛି ରଙ୍ଗବେରଙ୍ଗର ପର୍ବ ହୋଲି ବା ଦେଳ ପୂର୍ଣ୍ଣିମା । ଦୀର୍ଘ ୨ବର୍ଷ ହେବ ଏହି ପର୍ବ କୋଭିଡ କଟକଣା ଯୋଗୁ ଫିକା ପଡିଥିଲା । କିନ୍ତୁ ଗତବର୍ଷ ବହୁ ଧୁମଧାମରେ ପାଳନ କରାଯିବାର ବ୍ୟବସ୍ଥା କରାଯାଇଛି । ଓଡିଆ ଲୋକଙ୍କର ଏହା ଏକ ପ୍ରମୁଖ ପର୍ବ ଭାବେ ପରିଗଣିତ ।ପ୍ରତିବର୍ଷ ଇଂଗ୍ରାଜୀ ମାସର ମାର୍ଚ୍ଚ ମାସରେ ଏହି ପର୍ବ ମହା ଆଡମ୍ବର ସହକାରେ ପାଳନ କରାଯାଏ । ବିଶ୍ୱାସ ଅଛି ଯେ ଏହି ଦିନ ପ୍ରାଣୀଜଗତ ସହକାରେ ଦେବତାଗଣ ମଧ୍ୟ ରଙ୍ଗ ଖେଳିବାର ପରମ୍ପରା ଅଛି । ସହର ଅପେକ୍ଷା ଗାଁ ଗହଳିରେ ଏହି ଦିନ ଖୁବ୍ ଧୁମଧାମରେ ପାଳଳନ କରାଯାଏ । ରଧା କୃଣ୍ଣଙ୍କ ମୃର୍ତ୍ତିଗୁଡିକୁ ନେଇ ଅତି ସୁନ୍ଦରଭାବେ ସଜାଯାଇଥିବା ଦେଖିବକୁ ମିଳେ । ସୁନ୍ଦରଭାବେ ଏହି ମୃର୍ତ୍ତିଗୁଡିକୁ ସଜାଯାଇ ପଡିଆକୁ ତାଙ୍କୁ ରଙ୍ଗ ଖେଳିବାକୁ ଅଣାଯାଏ । ରାଜ୍ୟରେ ଏହା ଏକ ଲୋକପ୍ରିୟ ପର୍ବ ଯାହା ଫାଲଗୁନ ମାସରେ ପୂଣ୍ଣିମା ଦିନ ପାଳନ କରାଯାଏ । ଏହି ପର୍ବ ପାଧା ଏବଂ ଭଗବାନ କୃର୍ଷ୍ଣଙ୍କର ଦୁଇଦିନିଆ ପର୍ବଭାବେ ପରିଗଣିତ । ପର୍ବ ପାଳନ କରିବା ପାଇଁ ଭଗବାନ ଜଗନ୍ନାଥ,ବଳଭଦ୍ର,ଏବଂ ମାଆ ସୁଭଦ୍ରାଙ୍କୁୂ ବହୁ ଲୋକପ୍ରିୟ ରାଜଧୀରାଜ କିିମ୍ଭା ସୁନାବେଶ କରାଯାଏ । ଏହି ଉତ୍ସବରେ ଶ୍ରଦେବୀ ଏବଂ ଭୁଦେବୀଙ୍କ ସହ ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଦୋଳବେଦୀରେ ବାନଇ ରଙ୍ଗ ଖେଳନ୍ତି । କୁହାଯାଏ ଯେ ଦେବତାମାନେ ମଧ୍ୟ ସେବାୟତଙ୍କ ସହ ରଙ୍ଗ ଖେଳିଥାନ୍ତି । ଏହି ପର୍ବ ପୁରୀ ବଡଦାଣ୍ଡରେ ଧୁମଧାମ୍ରେ ପାଳନ କରାଯାଏ । ହଜାର ହଜାର ଭକ୍ତ ଶ୍ରୀମନ୍ଦିର ପରିଦର୍ଶନ କରି ପବିତ୍ର ଦିନରେ ଭଗବାନ ଜଗନ୍ନାଥଙ୍କ ଲୀଳାଖେଳ ଦେଖିବାକୁ ଯାଇଥାନ୍ତି । କେବଳ ପୁରୀ ନୁହେଁ ଏହି ସମୟରେ ଭକ୍ତମାନେ କେନ୍ଦ୍ରାପଡା ଜିଲ୍ଲାରେ ଓଲକଣା ମେଲଣ ବି ଖୁବୁଧାମରେ ପାଳନ କରାଯାଇଥାଏ । ସମସ୍ତେ ସମସ୍ତଙ୍କ ସହ ରଙ୍ଗ ଖେଳି ହୋଲିର ଶୁଭେଚ୍ଚା ଦେଇଥାନ୍ତି । ପ୍ରାୟେ ହଜାର ହଜାର ଭକ୍ତଙ୍କ ଅଂଶଗ୍ରହଣ ମଧ୍ୟରେ ରାଜ୍ୟରେ ବିଭିନ୍ନ ପ୍ରାନ୍ତରୁ ଏହି ଦୋଳ ଯାତ୍ରାରେ ୨୦୦ରୁ ଅଧିକ ବିମାନ ଏକାଠି ହୋଇ ରଙ୍ଗ ବୋଳାବୋଳି ହୋଇ ନାଚଗୀତ ମାଧ୍ୟମରେ ରଙ୍ଗର ଉତ୍ସବକୁ ଆହୁରୀ ରଙ୍ଗୀନ କରିଥାନ୍ତି ।